Odisha news

ପ୍ଳାଜମା ଦାନ କରି ଗୁରୁତର କରୋନା ରୋଗୀଙ୍କ ଜୀବନ ବଞ୍ଚାନ୍ତୁ : ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ

0

ଯାଜପୁର  : ଗୁରୁତର କରୋନା ରୋଗୀଙ୍କ ସୁସ୍ଥତା ପାଇଁ ପ୍ଲାଜମା ଥେରାପି ଏକ ବରଦାନ ସଦୃଶ ସାବ୍ୟସ୍ତ ହୋଇଚ୍ଥି ।  ତେଣୁ କରୋନାରୁ ସୁସ୍ଥ ହୋଇଥିବା ଯୋଗ୍ୟ ବ୍ୟକ୍ତିମାନେ ପ୍ଲାଜମା ଦାନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତଥା ଯାଜପୁର ଜିଲ୍ଲା ଯୋଜନା  ବୋର୍ଡର ଅଧ୍ୟକ୍ଷ ସମୀର ରଂଜନ ଦାଶ ଆହ୍ୱାନ ଦେଇଚ୍ଥନ୍ତି ।  ବୁଧବାର ଅପରାହ୍ନରେ କରୋନା ମୁକାବିଲା ଓ ପ୍ଲାଜମା ଦାନ ସଂପର୍କରେ ଭିଡିଓ କନପଂରେନ୍ସ ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକରେ ଅଧ୍ୟକ୍ଷତା କରିଥିବା ବେଳେ ଯାଜପୁର ଓସ୍ୱାନ ଭିଡିଓ କନପଂରେନ୍ସ ହଲରେ ମନ୍ତ୍ରୀ  ଶ୍ରୀ ଦାଶଙ୍କ ସମେତ ଯାଜପୁର ଜିଲ୍ଲାର ବିଧାୟକମାନେ ଯୋଗ ଦେଇଥିଲେ ।

ପୂର୍ବରୁ ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାରେ କରୋନା ସ୍ଥିତିର ବିସ୍ତୃତ ସୂଚନା ପ୍ରଦାନ କରିଥିଲେ ।  ଜୁଲାଇ ୨୯ ତାରିଖ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୭୨ ରେ ପହଞ୍ଚିଥିବା ବେଳେ ସୁସ୍ଥ  ହୋଇଚ୍ଥନ୍ତି ୯୮୧ ଜଣ ।  ସେହିପରି ୩ ଜଣ ମୃତୁ୍ୟ ବରଣ କରିଚ୍ଥନ୍ତି ।  ତେବେ ସୁସ୍ଥତା ହାରରେ ଜାତୀୟ ଓ ରାଜ୍ୟ ସ୍ତର ଠାରୁଜିଲ୍ଲା ଅଧିକ ଥିବାବେଳେ ମୃତୁ୍ୟ ହାରରେ ମଧ୍ୟ ସର୍ବନିମ୍ନ ସ୍ତରରେ ରହିଚ୍ଥି ।  ଯାହାକି ଜିଲ୍ଳ୍ାରେ କରୋନା ପରିଚାଳନାର ସକାରାତ୍ମକ ଦିଗକୁ ପ୍ରମାଣ କରୁଚ୍ଥି ବୋଲି ଜିଲ୍ଲା ପାଳ କହିଥିଲେ ।  ଅପର ପକ୍ଷରେ ବର୍ତ୍ତମାନ ସୁଦ୍ଧା ସୁସ୍ଥତା ଲାଭ କରିଥିବା ବ୍ୟକ୍ତି ମାନଙ୍କର ପ୍ଳାଜମା ଦାନର ଯୋଗ୍ୟତାକୁ ଅନୁଧ୍ୟାନ କରାଯାଇଚ୍ଥି ଓ ୩୩୯ ଜଣ ପ୍ଳ୍ାଜମା ଦାନ ପାଇଁ  ଯୋଗ୍ୟ ବ୍ୟକ୍ତି ବୋଲି ଚିହ୍ନଟ କରାଯାଇଚ୍ଥି ।

ସେମାନଙ୍କୁ ଯୋଗାଯୋଗ କରାଯାଇ ପ୍ଳାଜମା ଦାନ ପାଇଁ ସଚେତନ କରାଯାଉଚ୍ଥି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।  ମନ୍ତ୍ରୀ ଶ୍ରୀ ଦାଶ ଜିଲ୍ଲାର ସମସ୍ତ ବିଧାୟକ ମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ଲାଜମା ଦାନ ପାଇଁ ଲୋକ ମାନଙ୍କୁ ସଚେତନ କରାଇବାକୁ ଦାୟିତ୍ୱ ପ୍ରଦାନ କରିବା ସହ ପ୍ଲାଜମା ଦାନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପରାମର୍ଶ ଦେଇଚ୍ଥନ୍ତି ବୋଲି ସୂଚନା ଦେଇଥିଲେ ।  ପ୍ରତ୍ୟେକ ବିଧାୟକ,  ପ୍ରଶାସନିକ ଅଧିକାରୀ ଓ ସ୍ୱେଚ୍ଚ୍ଥାସେବୀ ମାନେ ପ୍ଲାଜମା ଦାନ ସଂପର୍କରେ  ଯୋଗ୍ୟ ବ୍ୟକ୍ତି ମାନଙ୍କୁ ଉତ୍ସାହିତ ତ କରିବାକୁ ମନ୍ତ୍ରୀ ଶ୍ରା ଦାଶ ଅନୁରୋଧ କରିଥିଲେ ।

ଜିଲ୍ଲାରେ କରୋନା ପରିଚାଳନା ନେଇ ମନ୍ତ୍ରୀ ଶ୍ରୀ ଦାସ ସନ୍ତୋଷ ପ୍ରକାଶ କରିବା ସହ ଭବିଷ୍ୟତରେ ଅନୁରୂପ ପଦକ୍ଷେପ ନେଇ କରୋନାକୁ ନିୟନ୍ତ୍ରଣ କରିବାକୁ ପରାମର୍ଶ ଦେଇଥିଲେ ।  ଏହି ବୈଠକ ଓ ଭିଡିଓ କନପଂରେନ୍ସରେ ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ , ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସୁକିନ୍ଦା ବିଧାୟକ ପ୍ରୀତି ରଂଜନ ଘଡାଇ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, କୋରାଇ ବିଧାୟକ ଅଶୋକ କୁମାର ବଳ, ବରୀ ବିଧାୟିକା ସୁନନ୍ଦା ଦାସ ପ୍ରମୁଖ ଯୋଗ ଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ସମୀକ୍ଷା ବୈଠକରେ ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିଦେ୍ର୍ଦଶକ ଇନ୍ଦ୍ରମଣି ନାୟକ, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ରାଜସ୍ୱ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ,  ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଳାପାଳ ନାରାୟଣ ଚନ୍ଦ୍ର ଧଳ, ସି.ଡି.ଏମ୍.ଓ. ଡା. ସୁଧାଂଶୁ ଶେଖର ବଳ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ସୂଚନା ପ୍ରଦାନ କରିଥିଲେ ।

Leave A Reply