Odisha news

ଶୁଭଲକ୍ଷ୍ମୀ ହେଲେ ଡେଲାଙ୍ଗ ବ୍ଲକ ମାଟ୍ରିକ୍ ଟପର

0

ଡେଲାଙ୍ଗ : ବିଶ୍ୱ କରୋନା ମହାମାରି ପ୍ରା୍ରଦୃଭାବ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ମନରେ ଆଶଙ୍କା ପ୍ରକାଶ ପାଇଥିବା ପରିପ୍ରେକ୍ଷିରେ ଏହାର ପ୍ରଭାବ ଶିକ୍ଷାନୁଷ୍ଠାନ ଉପରେ ପଡିଛି ।ଚଳିତ ବର୍ଷ ମାଟ୍ରିକ ପରିକ୍ଷା ଫଳ ବହୁ ବାଧାବିଘ୍ନ ମଧ୍ୟରେ ଆଜି ପ୍ରକାଶ ପାଇଥିବା ବେଳେ ଡେଲାଙ୍ଗ ବ୍ଲକରେ ଦୁଇ ଜଣଛାତ୍ରୀ ଏ(୧) ଗ୍ରେଡରେ ଉର୍ତ୍ତିନ ହୋଇଥିବା ନେଇ ବ୍ଲକ ସହ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡା ସୁଚନା ଦେଇଛନ୍ତି ।

ମିଲିଥିବା ସୁଚନାନୁଯାଇ ଶ୍ରୀପୁରୁଷତମପୁ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ଶୁଭଲକ୍ଷ୍ମୀ ପାଢି ୫୭୨ ନମ୍ବର ମାର୍କ ରଖି ବ୍ଲକ ଟପର ହୋଇଥିବା ବେଳେ ସେହୀ ବିଦ୍ୟାଳୟର ଅନ୍ୟତମ ଛାତ୍ରୀ ମଧୁଶ୍ରୀ ଭୁୟାଁ ୫୫୪ ନମ୍ବର ମାର୍କ ରଖି ଏ(୧) ଗ୍ରେଡରେ ପାସ୍ କରିଛନ୍ତି ।ଏହି ବିଦ୍ୟାଳୟର ଛାତ୍ରୀ ଦ୍ୱୟଙ୍କ ସଫଳତା ପାଇଁ ପ୍ରଧାନ ଶିକ୍ଷୟ୍ତ୍ରୀ କଳ୍ପନା ପ୍ରଧାନଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

ତେବେ କୃତିଛାତ୍ରୀ ଦ୍ୱୟ ଭଲ ପାଠପଢି ମାଟ୍ରିକ୍ ପରିକ୍ଷାରେ ଏ(୧) ଗ୍ରେଡ୍ ପାସ କରି ବିଦ୍ୟାଳୟର ଗୈାରବ ଆଣିଥିବାରୁ ସ୍ଥାନୀୟ ସରପଂଚ ବାଲୁଙ୍କିଶ୍ୱେର ମହାପାତ୍ର ଓ ସମିତିସଭ୍ୟାଙ୍କ ପ୍ରତିନିଧି ତଥା ଆଇନିଜୀବି ପ୍ରମୋଦ ପାତ୍ର,ଏମ୍ଜେ ସ୍ମାଇଲିର ମୁଖ୍ୟ ମନୋରଞ୍ଜନ ଜେନା , ଡେଲାଙ୍ଗ ଟୁଇଟର କ୍ଲବ ସମ୍ପାଦକ ବିଶ୍ୱଜିତ ପାଢୀ ପ୍ରମୂଖ ଛାତ୍ରୀ ଦ୍ୱୟଙ୍କୁ ଶୁଭେଛା ଜଣାଇବା ସହିତ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।ସେହୀପରୀ ଚଳିତ ବର୍ଷ ମାଟ୍ରିକ ପରିକ୍ଷାରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାକାନ୍ତ ବିଦ୍ୟାପୀଠ ଏବଂ ରେଂଚ ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ମାଟ୍ରିକ ଫଳାଫଳ ଶତପ୍ରତିଶତ ହୋଇଥିବା ନେଇ ଏବିଇଓ ପରିଡା ସୁଚନା ଦେଇଛନ୍ତି ।

Leave A Reply