କେନ୍ଦ୍ରାପଡା : ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଇଦୁଲ ଜୁହା ପାଳନ ସଂପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣା ପାଳନ ସହ ଏହି ପର୍ବ ପାଳନ ପାଇଁ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଠାରୁ ଆସିଥିବା ନିଦେ୍ର୍ଦଶନାମା ମୁତାବକ ସାମାଜିକ ଦୂରତା ଓ କୋଭିଡ-୧୯ର ଗାଇଡଲାଇନ ମୁତାବକ ଗହଳିକୁ ସଂପୂର୍ଣ୍ଣ ବାରଣ କରାଯାଇଛି ।
ଡିଏସପି ଶୁଭେନ୍ଦୁ କୁମାର ସିହ୍ନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଏଚଡିପିଓ ରାଜିବ ଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଜ୍ୟୋତି ପ୍ରସାଦ ସାମନ୍ତରାୟ, ସଦର ଥାନା ଅଧିକାରୀ ପ୍ରମୋଦ କୁମାର ମଲିକ ପ୍ରମୁଖ ଉପସ୍ଥିତ ରହି ଯୋଗ ଦେଇଥିବା ସଂଖ୍ୟା ଲଘୁ ସଂପ୍ରଦାୟର ନେତାମାନଙ୍କ ସହ ଆଲୋଚନା କରି କୋଭିଡ ନିୟମାବଳୀ ସଂପର୍କରେ ଅବଗତ କରାଇଥିଲେ ।
ସାମୁହିକ ପାର୍ଥନାକୁ ସଂପୂର୍ଣ୍ଣ ବାରଣ କରାଯାଇ ବ୍ୟତିଗତ ସ୍ତରରେ ଭାଇଚାରା ବଜାୟ ରଖି ମାସ୍କ ପିନ୍ଧିବା ସହ ପର୍ବ ପାଳନ ପାଇଁ ଏହି ବୈଠକରେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ହାଫିସ କମାଲୁଦିନ, ମୈାଲାନା ଅଲିମୁଦିନ, ମୈାଲାନା ମହମ୍ମଦ ରିହାନ, ମୈାଲାନା ଫୟାଜ, ସୟଦ ଅହେସାନ ଅଲୀ, ସମାଜସେବୀ ମିର୍ ଖଲିଲ, ସେକ୍ ଚନ୍ଦନ, ସୟଦ ନୁରଉଦିନ, ତାଜମୁଲ ହୁସେନ , ସେକ ମତୁ ପ୍ରମୁଖ ଉପସ୍ଥିତ ଥିଲେ ।