Odisha news

ପିତାଙ୍କ ସ୍ମୃତିରେ କରୋନା ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ

0

କେନ୍ଦ୍ରାପଡା : ମୁଖ୍ୟମନ୍ତ୍ରୀଙ୍କ କରୋନା ପାଣ୍ଠିକୁ ବିଭିନ୍ନ ମହଲରୁ ଦାନ କରାଯାଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରୁ ଜନୈକ ବ୍ୟକ୍ତିଙ୍କ ସ୍ମୃତିରେ ତାଙ୍କର ୫ ପୁତ୍ର ୫୦ ହଜାର ଟଙ୍କା ଦାନ କରିଥିବାର ଜଣା ପଡିଛି । ରାଜ୍ୟ ସରକାର କୋଭୀଡ-୧୯ର ମୁକାବିଲା କରୁଥିବା ବେଳେ ଆଳି ବ୍ଲକ ଅନ୍ତର୍ଗତ କଳସପୁର ପଂଚାୟତର ମଠସାହି ଗ୍ରାମର ସ୍ୱର୍ଗତଃ ବିଶି ରାଉତଙ୍କର ୫ଜଣ ପୁଅ , ପ୍ରଫେସର ଡ଼ାଃ ଅକ୍ଷୟ କୁମାର ରାଉତ, ଅମର କୁମାର ରାଉତ, ଗୋରାଚାନ୍ଦ ରାଉତ, ପ୍ରଫୁଲ କୁମାର ରାଉତ, ଭାଗ୍ୟରଥୀ ରାଉତ ପ୍ରମୁଖ ବାପାଙ୍କ ସ୍ମୃତି ଉଦେ୍ଦଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ କରୋନା ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଅନଲାଇନ ମାଧ୍ୟମରେ ଦାନ କରିଥିବାର ଜଣା ପଡିଛି ।

Leave A Reply