Odisha news

ରାୟଗଡାରେ ପୁଣି ୨୪ ଆକ୍ରାନ୍ତ ଚିହ୍ନଟ , ସଂଖ୍ୟା ୬୪୮କୁ ଛୁଇଁଲା

0

ରାୟଗଡା : ଆଜି ଦିନକରେ ୨୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂଖ୍ୟା ୬୪୮କୁ ଛୁଇଁଲା । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ଅଛନ୍ତି । ଏଥି ସହ ୭ କରୋନା ଯୋଦ୍ଧାଙ୍କ ମଧ୍ୟରୁ ୬ ଜଣ ପୋଲିସ କର୍ମଚାରୀ ଏବଂ ଜଣେ ସ୍ୱାସ୍ଥ୍ୟ କର୍ମୀ ସାମିଲ ଅଛନ୍ତି । ରାୟଗଡା ସହରରୁ ୧୨, ଗ୍ରାମାଚଂଳରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଗୁଣପୁର ପୌରାଚଂଳରୁ ୮ ଏବଂ ରାମନାଗୁଡାରୁ ଜଣେ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୮ରେ ପହଂଚିଥିବା ବେଳେ ସୁସ୍ଥ ହୋଇ ୩୫୮ ଜଣ ଘରକୁ ଫେରିଛନ୍ତି ଏବଂ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪ରେ ପହଂଚିଛି ।

ତେଣୁ ସରକାରଙ୍କ ତରଫରୁ ଜାରୀ କରାଯାଇଥିବା କୋଭିଡ ୧୯ ନିୟମକୁ କଡାକଡି ଭାବେ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ନିୟମିତ ବ୍ୟବଧାନରେ ହାତ ସଫା କରିବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ନିବେଦନ କରିଛନ୍ତି । ଗତ ତିନି ଦିନ ଭିତରେ ୩୦ ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ରହିଛି ।  ଯାହାକି ଏବେ ପୋଲିସ ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି । ଏଥି ସହ ଜିଲ୍ଲାରେ ବହୁ ସଂଖ୍ୟକ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ରହିଛି ।  ପ୍ରଶାସନ ତରଫରୁ କରୋନା ମହାମାରୀକୁ ରୋକିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଚାଲିଥିଲେ ମଧ୍ୟ  ସଂକ୍ରମଣକୁ ରୋକାଯାଇପାରୁ ନାହିଁ ।

Leave A Reply