Odisha news

ଡିପ୍ରେସନ୍‌ ନæôରେ ଦୀପିକା ବେପାର କରୁଛନ୍ତି !

0

ଅଭିନେତ୍ରୀ କଙ୍ଗନା ରନୌତ ଫିଲ୍ମ ସହିତ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ରାୟ ଦେବା ଓ ବୟାନବାଜି କରିବାକୁ ନେଇ ଚର୍ଚ୍ଚାରେ ରୁହନ୍ତି । କଙ୍ଗନା ସୋସାଲ ମିଡିଆରେ ଏତେ ସକ୍ରିୟ ନୁହନ୍ତି, କିନ୍ତୁ ତାଙ୍କ ଟିମ୍‌ ସମସ୍ତ ବୟାନ ସେୟାର କରିଥାନ୍ତି । ଅନେକ ଅଭିନେତ୍ରୀଙ୍କ ଆରୋପ-ପ୍ରତ୍ୟାରୋପ ପରେ କଙ୍ଗନାଙ୍କ ଟିମ୍‌ ଏବେ ଦୀପିକା ପାଦୁକୋନଙ୍କ ବିରୋଧରେ ଡିପ୍ରେସନ୍‌ ନæôରେ ବେପାର ଚ ଲ । ଉ ଥ ି ବ । ର ଅ ଭ ି େ ଯ । ଗ ଆଣିଛନ୍ତି । ଦୀପିକା ଡିପ୍ରେସନ୍‌ରେ ଶିକାର ହୋଇଥିବା ଲୋକଙ୍କ ପାଇଁ ଗୋଟିଏ ସଂସ୍ଥା ଚଲାଉଛନ୍ତି । ଏହାଦ୍ୱାରା ସେ ଲୋକଙ୍କୁ ଡିପ୍ରେସନ୍‌ରୁ ବାହାରିବାରେ ସାହାଯ୍ୟ କରୁଛନ୍ତି । ଏ ନେଇ ସେ ସୋସାଲ ମିଡିଆରେ ଅନେକ ପୋଷ୍ଟ ବି ସେୟାର କରନ୍ତି । ସେ ଏକ ପୋଷ୍ଟରେ ଲେଖିଥିଲେ, ‘ମେରେ ବାଦ୍‌ ଦୋହରାଏ’ । ଏପରି ସ୍ଥଳେ କଙ୍ଗନାଙ୍କ ଟିମ୍‌ ଦୀପିକାଙ୍କ ଉପରେ ନିଶାନା ଲଗାଇଛନ୍ତି । କଙ୍ଗନା ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଲେଖିଛନ୍ତି, ‘ମୁମ୍ବାଇ ପୋଲିସକୁ ନେଇ ବଡ଼ ଖୁଲାସା ହୋଇଛି । ସୁଶାନ୍ତଙ୍କ ପରିବାର କହିଛନ୍ତି ସେମାନେ ପୋଲିସ ଉପରେ ଭରସା କରିପାରିବେ ନାହିଁ । ‘ମେରେ ବାଦ୍‌ ଦୋହରାଏ’ ଗ୍ୟାଙ୍ଗ୍‌ ଉପରେ ବି ତାଙ୍କ ପରିବାରର ଭରସା ନାହିଁ । ଡିପ୍ରେସନ୍‌ର ଧନ୍ଦା ଚଲାଉଥିବା ଲୋକ ଏହି କଥା ପ୍ରତି ଧ୍ୟାନ ଦେବା ଉଚିତ ।’ ଏହି ଟ୍ୱିଟ୍‌ ସହିତ ଦୀପିକାଙ୍କୁ ଟ୍ୟାଗ୍‌ ମଧ୍ୟ କରିଛନ୍ତି କଙ୍ଗନା ।

Leave A Reply