Odisha news

ଲକ୍‌ଡାଉନ୍‌ରେ ୪୩% ଭାରତୀୟ ଅବସାଦଗ୍ରସ୍ତ

0

ନୂଆ ସର୍ଭେରୁ ଜଣାପଡ଼ିଛି ୫ ମାସର ଲକ୍‌ଡାଉନ୍‌ ଯୋଗୁ ମାନସିକ ଚାପ ବୃଦ୍ଧି ପାଇ ୪୩% ଭାରତୀୟ ଏହାର ଶିକାର ହୋଇଛନ୍ତି । ସେଥିମଧ୍ୟରୁ ୩୬% ସାମାନ୍ୟ ଓ ୬% ଅବସାଦଗ୍ରସ୍ତ ହୋଇଥିଲେ । ୫୯% ଲୋକ କହିଛନ୍ତି ଏବେ କିଛି କାମ କରିବାରେ ସେମାନଙ୍କୁ କମ୍‌ ଖୁସି ମିଳୁଛି । ସେଥିମଧ୍ୟରୁ ୩୮% ଲୋକଙ୍କୁ କିଛିଦିନ ଏପରି ଲାଗୁଛି ଓ ୯% ଲୋକଙ୍କୁ ଅଧାରୁ ଅଧିକ ଦିନ ଏପରି ଅନୁଭବ ହେଉଛି । ପ୍ରାୟ ୧୨% ଲୋକ ସବୁଦିନ ଏପରି ସମସ୍ୟା ଦେଇ ଗତି କରୁଛନ୍ତି । ୫୭%ରୁ ଅଧିକ ଗତ କିଛି ସପ୍ତାହ ହେବ ଥକାପଣ ଅନୁଭବ କରୁଛନ୍ତି । ୧୦% ଲୋକ କହିଛନ୍ତି ସେମାନେ ଅଧାରୁ ଅଧିକ ଦିନ ବା ପ୍ରାୟ ସବୁଦିନ ଉଦାସ ରହୁଛନ୍ତି ।

Leave A Reply