ସୋର : ସୋର ଥାନା ଅନ୍ତର୍ଗତ ଆରୁହାବାଡ, ରାମତାଳି ଓ ରୂପଖଣ୍ଡ ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦେଢ଼ ଶହ ଲିଟିର ଦେଶୀ ଚୋରା ମଦ ଜବଦ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅବକାରୀ ଇନିସ୍ପେକ୍ଟର ଗାଲୁରାମ ସୋରେନ୍ଙ୍କ ନିଦେ୍ର୍ଦଶରେ ସୋର ଅବକାରୀ ଅଧିକାରୀ ସ୍ୱାତୀ ପଟ୍ଟ୍ନାୟକଙ୍କ ନେତୃତ୍ୱରେ ଚଢ଼ାଉ କରାଯାଇଥିଲା ।
ଚୋରା ମଦ ବିକ୍ରି ଅଭିଯୋଗରେ କୃପାସିନ୍ଧୁ ମହାଳିକ(୫୫), ସୁଧାକର ମାଝି (୫୫) ଓ ରବୀନ୍ଦ୍ର ଦାସ(୬୩)ଙ୍କୁ ସୋର କେସ୍ ନଂ ୨୨/୨୩-୨୦ ଓ ନିଳଗିରି କେସ୍ ନଂ ୦୩-୨୦ରେ ମାମଲା ରୁଜୁ କରାଯାଇ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଅବକାରୀ ଏସ୍ଏସ୍ଆଇ ଭାଷ୍କର ବେହେରା, ଦେବାଶୀଷ ମଲ୍ଲିକ, ତପନ ମଲ୍ଲିକ, ପ୍ରହଲ୍ଲାଦ ବିଶ୍ୱାଳ, ମିନତୀ ଜେନା, ଅଂଜନ ଜେନା ଓ ଏସ୍କେ କଲିମ୍ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ ।