ନୂଆଦିଲ୍ଲୀ : ଭାରତୀୟ ରେଳବାଇ ବର୍ତ୍ତମାନ ପଡୋଶୀ ଦେଶ ବଙ୍ଗଳା ଦେଶ ସହିତ ସମ୍ପର୍କକୁ ସୁଦୃଢ କରିବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଛି l ଭାରତ ଜୁଲାଇ ୨୭ ତାରିଖ ଦିନ ବଙ୍ଗଳା ଦେଶକୁ ୧୦ ଟି ବ୍ରାଡ଼-ଗେଜ ଡିଜେଲ ଇଂଜିନ ପ୍ରଦାନ କରିଛି l ରେଳମନ୍ତ୍ରୀ ପିୟୁଷ ଗୋୟଲ ଓ ବିଦେଶ ମନ୍ତ୍ରୀ ଏସ .ଜୟଶଙ୍କର ଭିଡିଓ କନ୍ଫରେସିଂ ଜରିଆରେ ସବୁଜ ପତାକା ଦେଖାଇ ୧୦ ଟି ଡିଜେଲ ଇଂଜିନକୁ ବଙ୍ଗଳାଦେଶ ପଠାଇଛନ୍ତି l
ପଶ୍ଚିମ ବଙ୍ଗଳାର ନଦିୟା ଜିଲ୍ଲାରେ ପୂର୍ବତଟ ରେଳବାଇର ଗେଡେ ଷ୍ଟେସନ୍ ରୁ ସମସ୍ତ ଇଞ୍ଜିନ ପଠାଯାଇଛି l ଭାରତୀୟ ରେଳବାଇର ଏହି ଇଞ୍ଜିନ ଗୁଡିକୁ ବଙ୍ଗଳା ଦେଶର ଦର୍ଶନା ଷ୍ଟେସନରେ ,ବଙ୍ଗଳା ଦେଶର ରେଳବାଇ ଅଧିକାରୀ ରିସିଭି କରିବେ l ବଙ୍ଗଳା ଦେଶକୁ ରେଳ ଇଞ୍ଜିନ ହସ୍ତାନ୍ତର କରିବା ସମୟରେ ଆୟୋଜିତ ଭିଡିଓ କନ୍ଫରେସିଂରେ ଦୁଇ ଦେଶର ଅଧିକାରୀ ଉପସ୍ଥିତ ଥିଲେ l ଯେଉଁଥିରେ ବିଦେଶ ମନ୍ତ୍ରୀ ,ରେଳମନ୍ତ୍ରୀ ଓ ରେଳବାଇ ବୋର୍ଡର ଚେୟାରମ୍ୟାନ ସାମିଲ ଥିଲେ l
ମିଳିଥିବା ସୂଚନା ଅନୁସାରେ ବଙ୍ଗଳା ଦେଶ ଏହି ଇଞ୍ଜିନ ଗୁଡିକୁ କିଣିବା ପାଇଁ ଗତବର୍ଷ ଅପ୍ରେଲ ମାସରେ ଭାରତକୁ ପ୍ରସ୍ତାବ ପଠାଇ ଥିଲା l ବଙ୍ଗଳା ଦେଶକୁ ଦିଆ ଯାଇଥିବା ଇଞ୍ଜିନ ୩୩ ଶହ ହର୍ସପାୱାର ବିଶିଷ୍ଟ ୩ ଡି ଲୋକୋ ଇଞ୍ଜିନର ବୟସ ୨୮ ବର୍ଷ କିମ୍ବା ତାଠାରୁ ଅଧିକ ଅଟେ l ଏହାକୁ ଘଣ୍ଟାପ୍ରତି ୧୨0 କିଲୋମିଟର ବେଗରେ ଚାଲିବ ପାଇଁ ଡିଜାଇନ କରାଯାଇଛି l ଏହି ଇଞ୍ଜିନ ଗୁଡିକ ମାଲ ବୋହିବା ସହିତ ପ୍ୟସେଞ୍ଜରେ ଗାଡ଼ିରେ ମଧ୍ୟ ବ୍ୟବହାର କରାଯାଇ ପାରିବ l ଏଥିରେ ମାଇକ୍ରୋ ପ୍ରୋସେସର ଆଧାରିତ ନିୟନ୍ତ୍ରଣ ପ୍ରଣାଳୀ ରହିଛି l