ଛତ୍ରପୁର : ଛତ୍ରପୁର ଏନଏସି ଅଂଚଳରୁ ଆଜି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାସହ ଆକ୍ରାନ୍ତ ସଂଖ୍ୟା ୬୧ରେ ପହଞ୍ଚିଛି । ୬୧ଜଣଙ୍କ ମଧ୍ୟରୁ ୩୯ଜଣ ସୁସ୍ଥ ହୋଇଥିବା ବେଳେ ୨୧ଟି ଆକ୍ଟିଭ କେଶ ରହିଛି ଓ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଛତ୍ରପୁର ଏନଏସି ପକ୍ଷରୁ ଟୁଇଟ ଯୋଗେ ସୂଚନା ଦେଇଛନ୍ତି ।
ଯେଉଁ ଅଂଚଳରେ କରୋନା ପଜିଟିଭ ଚିହ୍ନଟ ହୋଇଛି ସେହି ଅଂଚଳ କୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏନଏସିର ବିଭିନ୍ନ ପ୍ରବେଶ ପ୍ରଥକୁ ବ୍ୟାରିକାଟ୍ ବାନ୍ଧି ସିଲ କରାଯାଇଛି । ଡିଆରଡିଏ ଛକ ଠାରେ ଅସ୍ଥାୟୀ ଚେକ୍ ପୋଷ୍ଟ କରାଯାଇ ସେଠାରେ ଜରୁରୀ ଥିବା ବ୍ୟକ୍ତି ମାନଙ୍କୁ ସହର ଭିତରକୁ ପ୍ରବେଶ ନିମନ୍ତେ ଛଡାଯାଉଛି । ସେହିପରି ନୂଆବସଷ୍ଟାଣ୍ଡ ନିକଟରେ ଏକ ଅସ୍ଥାୟୀ ଚେକ୍ ପୋଷ୍ଟ କରାଯାଇଛି ସେଠାରେ ସହର ବାହାରକୁ ଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି ।
।