Odisha news

ଇଂଲିଶ୍‌ ମିଡିୟମ୍‌ ସବ୍‌ଜିବାଲୀ

0

ଭୋପାଳ : ମଧ୍ୟ ପ୍ରଦେଶର ଇନ୍ଦୋରରେ ପରିବା ବିକୁଥିବା ରଇସା ଅନ୍‌ସାରି ନାମ୍ନୀ ମହିଳାଙ୍କ ଭିଡିଓ ସୋସାଲ ମିଡିଆରେ ଭାଇରାଲ ହେବାର ଅଭାବନୀୟ କାରଣଟି ହେଉଛି ସେ ଅନର୍ଗଳ ଇଂଲିଶ୍‌ କହୁଛନ୍ତି । ଏହି ‘ଇଂଲିଶ୍‌ ମିଡିୟମ୍‌ ସବ୍‌ଜିବାଲୀ’ ନଗର ନିଗମ କର୍ମଚାରୀଙ୍କ ପାଟି ବନ୍ଦ କରାଇ ଦେଇଛନ୍ତି । ନିଗମ ଅଧିକାରୀ ତାଙ୍କ ଠେଲା ହଟାଇବାକୁ ଆସିଥିଲେ । ରଇସା ଅନ୍‌ସାରି କହିଛନ୍ତି, ମୁଁ ମାଲୱା ମିଲ୍‌ ଅଞ୍ଚଳରେ ଫଳ ଓ ପରିବା ବିକେ । ଲକ୍‌ଡାଉନ୍‌ ଯୋଗୁ ୨୭ ସଦସ୍ୟ ବିଶିଷ୍ଟ ପରିବାରର ବୋଝ ମତେହିଁ ଉଠାଇବାକୁ ପଡ଼ୁଛି । ରଇସା ଫିଜିକ୍ସରେ ପିଏଚ୍‌ଡି କରିଛନ୍ତି । ଭଲ ଚାକିରି ନ ମିଳିବାରୁ ସେ ପରିବା ବେପାର କରୁଛନ୍ତି ।

Leave A Reply