ରଣପୁର : ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ରଣପୁର ବନବିଭାଗ କୋଭିଡ୍-୧୯ ପାଇଁ ୭ଦିନ ସଟ୍ଡାଉନ୍ କରାଯାଇଛି । ରଣପୁର ବନବିଭାଗ ଅଧିକାରୀଙ୍କ କହିବା ଅନୁସାରେ ମଙ୍ଗଳବାର ଦିନ ନୂତନ ଭାବେ ଯୋଗ ଦେଇଥିବା ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ନିଜ ଅଫିସିଆଲ କାର୍ଯ୍ୟରେ ଆସି ନୟାଗଡରେ ମିଟିଙ୍ଗ ରେ ଯୋଗ ଦେଇ ରଣପୁର ବନବିଭାଗ କାର୍ଯ୍ୟାଳୟରେ ମଧ୍ୟାହ୍ନ ଭୋଜନ କରି ଖୋର୍ଦ୍ଧା ନିଜ କାର୍ଯ୍ୟାଳୟକୁ ଫେରିବା ପରେ ସେଠାରେ ତାଙ୍କର କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ଜଣା ପଡିଥିଲା ।
ତେବେ ଏ ନେଇ ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ରଣପୁର ବନବିଭାଗ ଅଧିକାରୀଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ବନବିଭାଗ ଅଫିସ୍ ପରିସର ରେ ହୋମ୍ କ୍ୱାରେଣ୍ଟାଇନ ରେ ରହିବା ସହ ୭ଦିନ ଯଥା ଜୁଲାଇ ୨୨ ତାରିଖ ସଂଧ୍ୟାରୁ ଜୁଲାଇ ୨୮ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ରଣପୁର ବନବିଭାଗ କାର୍ଯ୍ୟାଳୟକୁ ସଟ୍ଡାଉନ୍ ଘୋଷଣା କରି ବନବିଭାଗ କାର୍ଯ୍ୟାଳୟର ମୁଖ୍ୟ ଗଟେ୍ ରେ ନୋଟିସ୍ ମରାଯାଇଥିବା ଜଣା ପଡିଛି ।