କୁଆଖିଆ :ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରର ରାଜା କମୁନିକେସନ ଦୋକାନରୁ ଗତ କାଲି ରାତିରେ ଚୋରମାନେ ୬ ଲକ୍ଷ ଟଙ୍କାର ମୋବାଇଲ ଚୋରି କରି ନେଇ ପଳାଇ ଯାଉଥିବା ବେଳେ କୁଆଖିଆ ପୁଲିସ ପେଟ୍ରୋଲିଂ ଗାଡି ଡ୍ୟୁଟି ସମୟରେ ଚୋରି ମୋବାଇଲ ସାମଗ୍ରୀ ଗୁଡିକୁ ଉଦ୍ଧାର କରିବାରେ ସକ୍ଷମ ହୋଇଛି । ପ୍ରକାଶଯେ କୁଆଖିଆ ରାଜା କମୁନିକେସନ ଦୋକାନର ସମୁଖ ଦରଜା ଚାବିକୁ ଗତକାଲି ରାତିରେ ଆଡିପାତରେ ଭାଙ୍ଗି ଚୋରମାନେ ୪୯ ଗୋଟି ଦାମି ଆଣ୍ଡôଏଡ ସେଟ ଚୋରିକରି ନେଇ ପଳାଇ ଯାଇଥିଲେ ।
ଆଜି ସକାଳେ ମାଲିକ ପ୍ରଭାତ କୁମାର ସାହୁ ତାଙ୍କ ମୋବାଇଲ ଦୋକାନରୁ ଚୋରି ହୋଇଥିବା ଦେଖିବା ପରେ କୁଆଖିଆ ପୁଲିସକୁ ଜଣାଇଥିଲେ । ଅପର ପକ୍ଷରେ ଗତକାଲି ରାତିରେ କୁଆଖିଆ ଥାନା ପୁଲିସ ଏସଆଇ ଅନିତା ପ୍ରଧାନଙ୍କ ସହ ଏଏସଆଇ ଅକ୍ଷୟ ମଲ୍ଲିକ,ବିକେବିଶ୍ୱାଳ,ନିଲୁ ସେଠି,ବଜାର ପାଖା ପାଖି ଅଂଚଳ ଏବଂ ମୁଗୁପାଳ ଛକରେ ଛାନଭିନ କରୁଥିଲେ । ଏହି ସମୟରେ ମୁଗୁପାଳ ଛକ ଆଇସିଆଇ ବ୍ୟାଙ୍କ କଡରେ ଅନ୍ଧାରରେ ଜଣେ ଠିଆ ହୋଇଥିବା ଦେଖିଥିଲେ ।
ସନ୍ଦିଗ୍ଧ ଯୁବକ ପାଖକୁ ପୁଲିସ ଯିବାରୁ ସେଠାରେ ଥିବା ଯୁବକ ଜଣଙ୍କ ଓ ଦୁରରେ ଥିବା ତାର ସାଥୀ ଅନ୍ୟ ଦୁଇ ଯୁବକ ଦୃତ ଗତିରେ ଦୈାଡି ପଳାଇଥିଲେ । କୁଆଖିଆ ପୁଲିସ ସେଠାରେ ପଡି ଥିବା ୪୯ ଗୋଟି ଦାମି ଆଣ୍ଡôଏଡ ସେଟ,ଗୋଟିଏ ଟାବଲେଟ ସେଲ ଫୋନ, ୫ଟି ପାଉଆରବ୍ୟାଙ୍କ ଚାର୍ଜ ବ୍ୟାଟ୍ରି,୨ଟି ଇୟରଫୋନ ଯାହାର ଆନୁମାନିକ ମୁଲ୍ୟ ୬ ଲକ୍ଷ ଟଙ୍କା ହେବ ତାହାକୁ ଘଟଣା ସ୍ଥଳରୁ ଉଦ୍ଧାର କରିଥିଲେ । ଆଜି ମୋବାଇଲ ଦୋକାନି କୁଆଖିଆ ପୁଲିସକୁ ଜଣାଇବାପରେ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ପୁଲିସ କେସ ୨୪୧ ନଂ ରେ ମାମଲା ରୁଜୁକରିଥିଲେ । ଚୋରି ମୋବାଇଲ ରାଜା କମୁନିକେସନର ବୋଲି ତଦନ୍ତରୁ ଜାଣିଥିଲେ ଏସମ୍ପର୍କରେ ତାଙ୍କର ସହଯୋଗିଙ୍କୁ ନେଇ ଅନୁସନ୍ଦାନ ଜାରିରଖିଛନ୍ତି ।