ଜୀବନବିନ୍ଦୁ କାର୍ଯ୍ୟକ୍ରମ ପାଇଁ ବିଜେଡ଼ି ପକ୍ଷରୁ ପ୍ରସ୍ତୁତି ବୈଠକ : ନବନିଯୁକ୍ତ ରାଜ୍ୟ ସାଧାରଣ ସମ୍ପାଦିକା ଗୀତାଞ୍ଜଳିଙ୍କୁ ସମ୍ବର୍ଦ୍ଧନା
ଡେରାବିଶ :ମହାମାରୀ କରୋନାର ଭୟାବହତା ସମୟରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡେରାବିଶ ବ୍ଳକ ଅଧୀନ ଚାନେ୍ଦାଳ କଲେଜଛକ ନିକଟରେ ବିଜେଡ଼ି ପକ୍ଷରୁ ହେବାକୁଥିବା ଜୀବନବିନ୍ଦୁ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ବିଜେଡ଼ିନେତା ତଥା ବ୍ଳକ ଅଧ୍ୟକ୍ଷ ସରୋଜକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଉକ୍ରଳ କେଶରୀ ପରିଡ଼ା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ବୈଠକରେ ନରସିଂହପୁର ପୂର୍ବତନ ସରପଂଚ ଅକ୍ଷୟ ଖଟୁଆ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପରିଡ଼ା ତାଙ୍କ ବକ୍ତବ୍ୟରେ କରୋନାର ଭୟାବହତା ସମୟରେ ରକ୍ତର ଅଭାବ ରହିଛି ଏବଂ ଏଭଳି ସମୟରେ ରକ୍ତଦାନ ଭଳି ମହତ ଦାନ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲେ । ଆସନ୍ତା ଅଗଷ୍ଟ ମାସରେ ଡେରାବିଶ ବ୍ଳକ ଅଂଚଳରେ ଜୋନ୍ସ୍ତରୀୟ ଜୀବନବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ ।
ଏହି ଅବସରରେ ବିଜେଡ଼ିର ନବନିଯୁକ୍ତ ରାଜ୍ୟ ସାଧାରଣ ସମ୍ପାଦିକା ଗିତାଞ୍ଜଳିସେଠୀଙ୍କୁ ଜିଲ୍ଲା ସଭାପତି ଶ୍ରୀ ପରିଡ଼ା ଓ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ସାହୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏଥିସହିତ ବ୍ଳକ ଅଧୀନ କୁରୁଜଙ୍ଗା ପଂଚାୟତର ପୂର୍ବତନ ସରପଂଚ କୃଷ୍ଣଚନ୍ଦ୍ର ସାହୁ ବିଜେପି ଦଳ ଛାଡ଼ି ତାଙ୍କର ସମର୍ଥକଙ୍କ ସହ ବିଜେଡ଼ିରେ ଯୋଗଦେଇଥିବାରୁ ଜିଲ୍ଲା ସଭାପତି ଶ୍ରୀ ପରିଡ଼ା ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ବୈଠକରେ ବରିଷ୍ଠ ବିଜେଡ଼ିନେତା ଚାଟରାଚକଡ଼ା ସରପଂଚ ପୂର୍ଣ୍ଣାନନ୍ଦ ବେହେରା, ଯୁବନେତା ଗୌତମ ପରିଡ଼ା, ଅମୀୟ ମିଶ୍ର, ପୂର୍ବତନ ବିଜେଡ଼ି ସଭାପତି ଧିରେନ୍ଦ୍ର ଜେନା, ପର୍ଶୁରାମ ମଲ୍ଲ, ବିଚିତ୍ରାନନ୍ଦ ନାୟକ, ବୁଧିଆ ମୁର୍ମୁ, ରାଜକିଶୋର ମଲ୍ଲ, ପିତାମ୍ବର ପାଣ୍ଡବ, ଅଜୟ ବଳ ପ୍ରମୁଖ ଯୋଗଦେଇଥିଲେ । ଶେଷରେ ଚାନେ୍ଦାଳ ସମିତିସଭ୍ୟ ମଧୁସୁଦନ ଘଡ଼େଇ ଧନ୍ୟବାଦ ଅର୍ପଣ କରିଥିଲେ ।