Odisha news

ଧର୍ମଶାଳା : କେନାଲ ମାଧ୍ୟମରେ ଚାଷଜମିକୁ ଜଳଯୋଗାଣ ନେଇ ନିର୍ବାହୀ ଯନ୍ତ୍ରୀଙ୍କ ସମୀକ୍ଷା

0

ଧର୍ମଶାଳା : ଚାଷଜମିକୁ କେନାଲ ମାଧ୍ୟମରେ ଜଳସେଚନ କରିବା ପାଇଁ ଜାରକା ଜଳସେଚନ ଡିଭିଜନର ନିର୍ବାହୀ ଯନ୍ତ୍ରୀ ବୁଧବାର ଚଣ୍ଡିଖୋଲ ଜଳସେଚନ ସବ୍ଡିଭିଜନରେ କର୍ମଚାରୀ ମାନଙ୍କୁ ନେଇ  ସମୀକ୍ଷା କରିଛନ୍ତି । ଜଗତପୁରସ୍ଥିତ ବିରୂପା ନଦୀରୁ ୫୩କିମି ହାଇଲେବୁଲ କେନାଲ ବାହାରି ଧର୍ମଶାଳାବ୍ଳକ ଜେନାପୁରସ୍ଥିତ ବ୍ରାହ୍ମଣୀନଦୀରେ ସଂଯୋଗ ହୋଇଛି । ଏହି କେନାଲ ରୁ ଜାରକା ଜଳସେଚନ ଡିଭିଜନ ମାଧ୍ୟମରେ ୯ ହେକ୍ଟର ଜମିକୁ ଖରିଫ ରୁତୁରେ ଜଳ ଯୋଗାଇ ଦିଆଯାଇଥାଏ । ଧର୍ମଶାଳା ବ୍ଲକରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଖୁବ କମ୍ବର୍ଷା ହୋଇଛି । ଅନ୍ୟପଟେ କେନାଲ ରେ ପାଣି ଆସୁନଥିବାରୁ ଧାନଚାଷ ବାଧାପ୍ରାପ୍ତ ହୋଇଛି ।  ଜଳସେଚିତ ହେଉଥିବା ଜମିରେ ଅଧିକାଂଶ ଚାଷୀ ତଳି ପକାଇ ରୁଆପୋତା କରିଥାନ୍ତି ।

ହେଲେ ପାଣି ଅଭାବରୁ  ଚାଷୀମାନେ ଏଯାବତ ତଳିପକାଇ ପାରୁନାହାଁନ୍ତି । ଏଣୁ କେନାଲରେ ପାଣି ଯୋଗାଣର ଆବଶ୍ୟକତା ନେଇ ଜାରକା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଇଂ ଧନେଶ୍ୱର ସାମଲଙ୍କୁ ଚାଷୀମାନେ ଜଣାଇଥିଲେ ।  ଏନେଇ ଶ୍ରୀ ସାମଲ ଆଜି ଚଣ୍ଡିଖୋଲସ୍ଥିତ ଜଳସେଚନ ବିଭାଗ ସହକାରୀ କାର୍ଯ୍ୟାଳୟରେ ପହଁଞ୍ଚି କେନାଲ ମାଧ୍ୟମରେ ଜଳଯୋଗାଣ ନେଇ ସମିକ୍ଷା କରିଥିଲେ । ଚାଷୀଙ୍କୁ ତୁରନ୍ତ ପାଣି ଯୋଗାଣନେଇ ଜଗତପୁର ଠାରେଥିବା ଜଳସେଚନ ଡିଭିଜନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଗତ ୧୫ ତାରିଖରେ ୨୦୦କିୟୁସେକ୍ ୧୯ ତାରିଖକରେ ୪୦୦କିୟୁସେକ୍ ଓ ୨୨ତାରିଖକରେ ୪୫୦ କିୟୁସେକ୍ ପାଣି ହାଇଲେବୁଲ କେନାଲରେ ଆସିଥିବା ସମୀକ୍ଷାରୁ ଜଣାପଡିଛି । ମାତ୍ର କେନାଲର ବହୁସ୍ଥାନରେ ବିଭିନ୍ନ ପ୍ରକାରର ଦଳ ଜମି ରହିଥିବାରୁ ପାଣି ଆସିବାରୁ ବାଧାପ୍ରପ୍ତ ହେଉଛି । ହାଇଲେବୁଲ କେନାଲର ଚଣ୍ଡିଖୋଲ ଠାରେ ଜଳ ଧାରଣା କ୍ଷମତା ୧୯.୬୫ମିଟର ଥିଲା ବେଳେ ଆଜି ସୁଧା ୧୯ମିଟର ପାଣି ପ୍ରବାହିତ ହେଉଛି ।

ସେହିପରି ନାକ ପୋଲଠାରୁ ଜେନାପୁର ପର୍ଯ୍ୟନ୍ତ କେନାଲକୁ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି ବୋଲି ନିର୍ବାହୀ ଯନ୍ତ୍ରୀ ଶ୍ରୀ ସାମଲ କହିଛନ୍ତି । ଆଜିର ଏହି ସମିକ୍ଷା ବୈଠକରେ ନିର୍ବାହୀଯନ୍ତ୍ରୀ ଶ୍ରୀ ସାମଲଙ୍କ ସମତେ ଜାରକା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ବାମଦେବ ଦାସ,ଚଣ୍ଡିଖୋଲ ସବ୍ଡିଭିଜନର ସହକାରୀଯନ୍ତ୍ରୀ ପ୍ରଭାତ କୁମାର ଦାସ ଓ କନିଷ୍ଠ ଯନ୍ତ୍ରୀ ମାନେ ଯୋଗ ଦେଇଥିଲେ । ଗଣମାଧ୍ୟମକୁ ସୂଚନାଦେଇ ଶ୍ରୀ ସାମଲ କହିଛନ୍ତି ଯେ ଚାଷୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶାଖା କେନାଲ  ମାଧ୍ୟମରେ ଚାଷ ଜମିକୁ ଖୁବ୍ ଶିଘ୍ର ଜଳ ଯୋଗାଇଦିଆଯିବ । ହାଇଲେବୁଲ କେନାଲର ବିଭିନ୍ନ ସ୍ଥାନରେ ପ୍ରତିବନ୍ଧ ସୃଷ୍ଟି କରୁଥିବା ଦଳ କୁ ସଫାକରିବା ପାଇଁ ଉଦ୍ୟମ ଜାରୀ ରହିଛି । ସମିକ୍ଷା ବୈଠକପରେ ନିର୍ବାହୀଯନ୍ତ୍ରୀ ଓ ସହକର୍ମୀମାନେ ହାଇଲେବୁଲ କେନାଲ ଓ ତାର ଶଖା କେନାଲକୁ ପରିଦର୍ଶନ କରିଥିଲେ ।

 

Har Ghar Tiranga

Leave A Reply