Odisha news

ଦୁର୍ନିତୀର ଗନ୍ତାଘର ସାଜିଛି ଖଇରା ବ୍ଲକ : ୭ରେ ଆମରଣ ଅନଶନ କରିବେ ପଦ୍ମଲୋଚନ ପଣ୍ଡା

0

ଖଇରା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତିି ପାଳନ ଅବସରରେ ଖଇରା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସଫଳତା ର ଲିଫଲେଟ ଉନ୍ମୋଚନ କରିବା ସହ ନିମ୍ନଲିଖିତ ବିଷୟ ଉପରେ ଆଲୋକପାତ କରିଛନ୍ତି ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା । କରୋନାରେ ସାଧାରଣ ଗରୀବ ଲୋକଙ୍କ ବଞ୍ଚିବା କଷ୍ଟକର ହୋଇଥିବା ବେଳେ ସେମାନଙ୍କ ପାଇଁ ମୋଦୀ ସରକାର ପ୍ରଣୟନ କରୁଥିବା ଯୋଜନା ଗୁଡିକରେ ଦୁର୍ନିତି କରାଯାଉଛି । ଖଇରା ବ୍ଲକ ପ୍ରଶାସନ ଶାସକଦଳ ଇଶାରାରେ କାର୍ଯ୍ୟ କରୁଛି ।

ରେସନକାର୍ଡ ପାଇଁ ଗରୀବ ଲୋକମାନେ ଡହଳବିକଳ ହେଉଥିବା ବେଳେ ବ୍ଲକ ଯୋଗାଣବିଭାଗ ଡିଲର ମାନଙ୍କ କାନ୍ଧରେ ଢାଲ ରଖି ଥିଲାବାଲା ଲେକଙ୍କୁ ଏଥିରେ ସାମିଲ କରୁଛି । ପ୍ରଧାନମନ୍ତ୍ରୀ ଆବାସ,ପିଏମ କିଶାନ,ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କୁ ସହାୟତା,ସ୍ୱଛ ଭାରତରେ ପାଇଖାନା ନିର୍ମାଣ,ପ୍ରତ୍ୟେକ ପଞ୍ଚାୟତକୁ ଦିଆଯାଇଥିବା ୫ଲକ୍ଷ ଟଙ୍କା ସବୁ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ଏବେ ଖଇରା ବ୍ଲକ ପ୍ରସାଶନ ତରଫରୁ ସମସ୍ତ ପଞ୍ଚାୟତ ର ସଙ୍ଗରୋଧ କେନ୍ଦ୍ର ପାଇଁ କିଣା ଯାଇଥିବା ଇନଭର୍ଟର ରେ ବ୍ୟାପକ ଅନିୟମିତତା ପଦାକୁ ଆସିଛି ।ଏଭଳି ଅନୟମିତତା ସମ୍ପର୍କରେ ମୁହଁ ଖୋଲିବା ସହ  ଅଗଷ୍ଟ ୭ତାରିଖରେ ଖଇରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସାମାଜିକ ଦୂରତା ରଖି କର୍ମୀଙ୍କ ସହ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି । ଭାଜପା ନେତାଙ୍କ ସହ ବିଭିନ୍ନ ମଣ୍ଡଳ ସଭାପତି ପରିକ୍ଷିତ ମହାପାତ୍ର,ରାଜେଶ ରାଉତ,ମହେଶ୍ୱର ନାଥ ଙ୍କ ସମେତ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ନିରଞ୍ଜନ ବେହେରା, ବରିଷ୍ଠ ନେତା ସନ୍ତୋଷ ଶତପଥୀ,ମଧୂସୁଦନ ଜେନା,ପତିତପାବନ କର,ବିମ୍ବାଧର ଦଳେଇ,ଲକ୍ଷ୍ମୀକାନ୍ତ ସାହୁ,ଯୁବ ନେତା ବେଣୁମାଧବ ପଣ୍ଡା,ନିଳମାଧବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ବିଷ୍ଣୁପୁର ଗ୍ରାମରେ ୧୦ ପରିବାରକୁ ଲିଫଲେଟ,ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲାା

Leave A Reply