ବାଲେଶ୍ୱର : ଫକୀରମୋହନ ବିଶ୍ୱବିଦ୍ୟାଳୟ ଏବଂ ଯୁଗଶ୍ରୀ ଯୁଗନାରୀ ମାସିକ ମହିଳା ପତ୍ରିକାର ମିଳିତ ଆନୁକୁଲ୍ୟରେ ଏକ ନିଆରା ଢ଼ଙ୍ଗରେ ଚଳିତ ବର୍ଷ ମେଘ ମହ୍ଲାର କବିତା ଆସର ଓ ସାରସ୍ୱତ ସମାରୋହ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଭବନରେ ସଂପାଦିକା ମମତା ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି କୁଳପତି ପ୍ରଫେସର ମଧୁମିତା ଦାସ ଉତ୍ସବକୁ ଉଦ୍ଘାଟନ କରି ଯୁଗଶ୍ରୀ ଯୁଗନାରୀ ପତ୍ରିକାର ଏହିଭଳି ଭରଚୁଆଲ ମୋଡ଼ରେ ମେଘ ମହ୍ଲାର କବିତା ଆସରର ପ୍ରଶଂସା କରି ସଂପାଦିକାଙ୍କୁ ସାଧୁବାଦ ଜଣାଇଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା କୁଳସଚିବ ବ୍ରହ୍ମାନନ୍ଦ ବେହେରା, ସମ୍ମାନିତ ଅତିଥିô ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ବିଭାଗର ମୁଖ୍ୟ ତଥା ସ୍ୱଭାବକବି ଗଙ୍ଗାଧର ମେହରଙ୍କ ଅଣନାତି ପ୍ରଫେସର ମଣୀନ୍ଦ୍ର ମେହେର ଯୋଗଦେଇ ଫକୀରମୋହନ, ରାଧାନାଥ ଓ ଗଙ୍ଗାଧର କିପରି ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ସାହିତ୍ୟର ସେତୁ ଗଢ଼ି ଓଡ଼ିଆ ଭାଷାର ବିକାଶ ଘଟାଇ ଥିଲେ ତାହା ସ୍ମରଣ କରି ପତ୍ରିକାର ଏହିପରି କବିତାପାଠ ଓ ସାରସ୍ୱତ ସଭାକୁ ଆହୁରି ବ୍ୟାପକ କରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ଯୁଗଶ୍ରୀ ଯୁଗନାରୀ ପତ୍ରିକାର ଜୁଲାଇ -୨୦୨୦ ସଂଖ୍ୟା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
ଏଥରର ସାକ୍ଷାତକାରରେ ଅଛନ୍ତି ଗୀତି କବୀ, ସମାଜସେବୀ ଓ ଉକ୍ରଳ ସାହିତ୍ୟ ସମାଜର ସଂପାଦିକା ମୀନାକ୍ଷୀ ଦେବୀ ଏବଂ ଉପସ୍ଥାପନା କରିଛନ୍ତି ଡ. ମୀନାକ୍ଷୀ ପଣ୍ଡା । ବିଶିଷ୍ଟ ମୁଦ୍ରଣଶିଳ୍ପୀ ରଘୁନାଥ ପ୍ରେସ ର ଅନ୍ୟତମ ପ୍ରତିଷ୍ଠାତା ଚନ୍ଦ୍ରକିଶୋର ମହାପାତ୍ରଙ୍କୁ ଯୁଗଶ୍ରୀ ଯୁଗନାରୀ ପତ୍ରିକା ସମ୍ମାନ-୨୦୨୦ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଜ୍ୟ ତଥା ରାଜ୍ୟ ବାହାରୁ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ଯୁଗଶ୍ରୀ ଯୁଗନାରୀର ସହ-ସଂପାଦିକା ଡ. ପ୍ରଭାବତୀ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉପଦେଷ୍ଟା ସୁଶ୍ରୀ ଗୀତାଞ୍ଜଳି ସିଂହଙ୍କ ମଂଚ ଆହ୍ୱାନ ପରେ କଲ୍ୟାଣୀ ନନ୍ଦ ସ୍ୱାଗତ ସଂଗୀତ ଗାନ କରିଥିଲେ । ଅଧ୍ୟାପକ କମଳାକାନ୍ତ ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଶିଳ୍ପୀ କେଶୁ ଦାସ ମାନପତ୍ର ପାଠ କରିଥିଲେ । ଇଂ. ବିକ୍ରମ ମାଝୀ ଡ଼ିଜିଟାଲ କୋଡ଼ିନେଟର ଭାବେ ଭରଚୁଆଲ ମୋଡରେ କାର୍ଯ୍ୟକ୍ରମର ସଫଳ ରୂପାୟନ କରିିଥିଲେ ଓ ବସନ୍ତ ପ୍ରଧାନ ଏଥିରେ ସହଯୋଗ କରିଥିଲେ । ଶେଷରେ ସ୍ମୃତି ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।