ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ କ୍ରମାଗତ ଭାବେ ସ୍ଥାନୀୟ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଫଳରେ ଜିଲ୍ଲାବାସୀ ଭୟଭୀତ ହୋପଡିଛନ୍ତି । ବୁଧୁବାର ୧୩ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୪୮୪କୁ ଛୁଇଁଛି । ବୁଧୁବାର ମୋଟ୍ ୧୩ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ସ୍ଥାନୀୟ ଅଞ୍ଚଳର ଏବଂ ୨ଜଣ କୋଭିଡ୍ ଯୋଦ୍ଧା ହୋଇଥିବାରୁ ଚିନ୍ତାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁଯାୟୀ ଏହି ସ୍ଥାନୀୟ କରୋନା ଆକ୍ରାନ୍ତମାନେ ହେଲେ ବିଜାତଳା ବ୍ଲକ ଓ ଉଦଳା ଏନଏସିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଉଦଳା ଏନଏସିରୁ ଦୁଇଜଣ କୋଭିଡ୍ ଯୋଦ୍ଧା ଚିହ୍ନଟ ହୋଇଛନ୍ତି ।
ଏହି ସ୍ଥାନୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବା ୭ଜଣ ଓ ହୋମ୍ କ୍ୱାରାଣ୍ଟାଇନ୍ରେ ରହୁଥିବା ୨ଜଣ କରୋନା ଆକ୍ରାନ୍ତ ଯଶିପୁର ଓ ଶୁକୃଳି ବ୍ଲକରୁ ଦୁଇଜଣ ଲେଖାଏଁ, ବିଜାତଳା ବ୍ଲକରୁ ୩ଜଣ, ବେତନଟୀ ବ୍ଲକ ଓ ଉଦଳା ଏନଏସିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ତାମିଲନାଡୁ, କର୍ଣ୍ଣାଟକ, ଦିଲ୍ଲୀ, ରାଜସ୍ତାନ ଓ ଉତ୍ତରାଖଣ୍ଡ ଫେରନ୍ତା ବୋଲି ଜଣାଯାଇଛି ।