ବାରଙ୍ଗ : ପୁରୀମେନକେନାଲରୁ ବୁଧବାରଦିନ ଅଚଳଟଙ୍କା ଭର୍ତିବ୍ୟାଗ ମିଳିଛି ।ସ୍ଥାନୀୟ ଗ୍ରାମର ଜଣେ ମାଛଧରାଳି ପୁରୀମେନକେନାଲରେ ଜାଲ ପକାଉଥିଲେ ।
ଜାଲକୁ ପାଣିରୁ ଟାଣିବାବେଳେ ବହୁତ ଭାରି ଜଣାପଡିବାରୁ ବଡ ମାଛପଡିଥିବାର ସନେ୍ଦହ କରିବା ସହ ଖୁସିରେ ଜାଲଟିକୁ ଉପରକୁ ଟାଣି ଆଣିଥିଲେ ।ଜାଲକୁ ଖୋଲିବାପରେ ଦୁଇଟି ବ୍ୟାଗରେ କିଛି ଥିବାର ଦେଖିବାକୁ ପାଇଥିଲେ ।ବ୍ୟାଗକୁ ଖୋଲିବାପରେ ତାଭିତରୁ ପାଂଚଶହ ଓ ଦୁଇହଜାର ଟଙ୍କାର ନୋଟ ବିଡା ମିଳିଥିଲା ।
ଏତେଗୁଡାଏ ଟଙ୍କା ପାଇବା ପରେ ମାଛଧରାଳି ଖୁସି ହୋଇଯାଇଥିଲେ ପାଣିମଧ୍ୟରୁ ପାଇଥିବାରୁ ତାଙ୍କ ମନରେ ସନେ୍ଦହ ଆସିଥିଲା । ସେଥିରୁ ଗୋଟିଏ ବିଡା ଟଙ୍କା କୁ ନେଇ ଛକରେ ଥିବା କିଛି ଯୁବକଙ୍କୁ ଦେଖାଇବା ପରେ ଏହା ଅଚଳ ଟଙ୍କା ବୋଲି ଜାଣିବାକୁ ପାଇଥିଲେ । ପ୍ରାୟ୧୫ରୁ୨୦ଲକ୍ଷ ଟଙ୍କା ଏହା ହେବ ବୋଲି ଜଣାପଡିଛି ।