Odisha news

ଆସିକା : କରୋନା କୁ ହରାଇ ପୁଣି କାର୍ଯ୍ୟ ରେ ଯୋଗଦେଇଥିବା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

0
ଆସିକା : କରୋନା ନିୟନ୍ତ୍ରଣ କାର୍ଯ୍ୟ ରେ ନିୟୋଜିତ ଥବା ବେଳେ ନିଜେ ଏଥିରେ ସଂକ୍ରମିତ ହୋଇ ଚିକିତ୍ସିତ ହେବା ଓ  ସୁସ୍ଥ ହୋଇ  ପୁଣି ଥରେ କାର୍ଯ୍ୟ ରେ ଯୋଗ ଦେଇଥିବା  ସରକାରୀ କର୍ମଚାରୀ ଙ୍କୁ  ମଙ୍ଗଳବାର ମଧ୍ୟାହ୍ନ ରେ ସମ୍ବର୍ଦ୍ଧିତ କରାଯାଇଛି। ଆସିକା ଥାନା ପରିସର ରେ ଗଞ୍ଜାମ ଜିଲ୍ଲା ଏସ ପି ବ୍ରିଜେଶ କୁମାର ରାୟ କରୋନା ବିଜୟୀ ଆସିକା ଏସ ଡି ଏଚ୍ ର ଭାର ପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର  ମୋହନ ବାରିକ ଓ ଆସିକା ପୋଲିସ ଉପଖଣ୍ଡ ର ୧୨ ପୋଲିସ୍  କର୍ମଚାରୀ  ଙ୍କୁ  ପୁଷ୍ପ ଗୁଚ୍ଛ, ପ୍ରଶଂସା ପତ୍ର ଓ ଉପଢକୌନ  ଦେଇ ସମ୍ବର୍ଦ୍ଧିତ କରିଥିଲେ।ଆସିକା ଥାନା ର ଛଅ ପୋଲିସ କର୍ମଚାରୀ କନେଷ୍ଟବଲ ରମେଶରାଉତ , ଅମିତ୍ ବିଶ୍ଵାଳ ଓ ପ୍ରମୋଦ ଦାସ ଓ  ସ୍ଵପ୍ନା ବେହେରା, ପ୍ରଦୀପ ସାହୁ ,ସୁଧୀର ବେହେରା ,ଶେରଗଡ଼ ଥାନା ର ଏଏସ ଆଇ କାଳୀଚରଣ ପ୍ରହରାଜ, ବିଜୟ ତରେଇ, ଆଶିଷ ଦାସ, କିଶୋର ଗୌଡ ଓ ଦିନବନ୍ଧୁ ମଲ୍ଲିକ ହିଞ୍ଜିଳି ଥାନା ର ଉମା ଚରଣ ସାହୁ ପ୍ରମୁଖ ୧୨ ଜଣଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା
କରୋନା କୁ ମାତ୍ ଦେଇ ଥିବା ଏହି କର୍ମଚାରୀ ମାନେ  ବ୍ରହ୍ମପୁର ପାରଳା କୋଭିଡ ହସ୍ପିଟାଲ୍ ରୁ ସୁସ୍ଥ ହୋଇ ପୁଣିଥରେ ଦୈନଦିନ କାର୍ଯ୍ୟରେ ଯୋଗ ଦେବା ଅତ୍ୟନ୍ତ ପ୍ରଶଂସନୀୟ ଓ କରୋନା ସଂଗ୍ରାମରେ ନିୟୋଜିତ ଅନ୍ୟ ସମସ୍ତ କର୍ମଚାରୀ ଙ୍କ ପଥ ପ୍ରଦର୍ଶନ କରିବ ବୋଲିଏସପି ଶ୍ରୀ ରାୟ କହିଥିଲେ। ଗଞ୍ଜାମ ପୋଲିସ ଜିଲ୍ଲାରେ ୧୫୦ ପୋଲିସ କର୍ମଚାରୀ ସଂକ୍ରମିତ ହୋଇ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ ଓ ୧୨୦ ଜଣ ସୁସ୍ଥ ହୋଇଥିବା ସେ ସୂଚନା ଦେଇଥିଲେ। ସୁସ୍ଥ କର୍ମଚାରୀଙ୍କ ମଧ୍ୟରୁ ପ୍ଲାଜମା ଦାନ ନିମନ୍ତେ ସର୍ତ୍ତ ପୂରଣ କରୁଥିବା ସମସ୍ତ କର୍ମଚାରୀ ପ୍ଲାଜମା ଦାନ କରିବେ ବୋଲି ଶ୍ରୀ ରାୟ ସୂଚନା ଦେଇଥିଲେ। ଏସ ଡି ପି ଓ ସୂର୍ଯ୍ୟ ମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଆସିକା ତହସିଲଦାର ସଦନାଦ ସେଠି, ବିଡିଓ ରୋଷଣ ଶତପଥୀ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ପଣ୍ଡା, ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତି ରହି  ସମ୍ବର୍ଦ୍ଧିତ କରୋନା ଯୋଦ୍ଧା ଙ୍କୁ ଉସା୍ଚାହିତ କରିଥିଲେ।
Nalco
Leave A Reply