Odisha news

କଟକଣା ପଂଚାୟତରେ ସ୍ୱଛ ଭାରତ ମିଶନରେ ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନିତୀ ଅଭିଯୋଗ,କାର୍ଯ୍ୟାନୁଷ୍ଠାନ ଦାବୀ!

0

କାକଟପୁର ତା୨୧ା୭- ସ୍ୱଛ ଭାରତ ଯୋଜନାରେ ୧୨ହଜାର ଟଙ୍କିଆ ପାଇଖାନା ଯୋଜନାରେ କଟକଣା ପଂଚାୟତରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ ଦୁଷ୍ଟିକୁ ଆସିଛି । ଏହି ଦୁର୍ନିତୀକୁ ନେଇ ଜାନୁଆରୀ ୪/୨୦୨୦ରେ ଏହି ପଂଚାୟତର କିଛି ବ୍ୟକ୍ତିବିଶେଷ ମୁଖ୍ୟମନ୍ତ୍ରୀଙ୍କ ଓ ପୁରୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣକୁ ପ୍ରାୟ ୭ମାସ ପୁରିବାକୁ ବସିଲାଣି । କିନ୍ତୁ ବ୍ଲକ ପ୍ରଶାସନ ଏବେ ସୁଦ୍ଧା ସେହି ପଂଚାୟତରେ ପାଇଖାନା ନିର୍ମାଣ କରିଥିବା ବ୍ୟକ୍ତି ବିଶେଷଙ୍କୁ ସେମାନଙ୍କର ନାଁ ପ୍ରାପ୍ୟ ଦେଇପାରିଛି ନାଁ ଅନ୍ୟର ପାଇଖାନାକୁ ଦେଖାଇ ବିଲ୍ ନେଇଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଅର୍ଥ ଆଦାୟ କରିଛନ୍ତି । ମାର୍ଚ୍ଚମାସରୁ କରୋନା ମଧ୍ୟ ପଶିଗଲା ।

ତେଣୁ ବ୍ଲକ ପ୍ରଶାସନକୁ ଆଡେଇବା ପାଇଁ ଏହା ଏକ ସୁଯୋଗ ମଧ୍ୟ ଆଣିଦେଲା । କଟକଣା ପଂଚାୟତର ସେକ୍ ମାଙ୍ଗତା, ମିରଜା ମୁସ୍ତାକ ବେଗ, ହନିଫା ବିବି, ତନଓାରୀ ବିବି, ରୁକସାନା ବିବି, ମୁସତାକିମ ଖାନ ପାଇଖାନା ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଥିଲେ । ଉକ୍ତ ପାଇଖାନାକୁ ତଦନ୍ତ କରି ହିତାଧିକାରୀଙ୍କୁ ବିଲ ଦେବା ପାଇଁ କହିଥିଲେ । ପରେ ହିତାଧିକାରୀମାନେ ବିଲ୍ ପାଇଁ ବ୍ଲକକୁ ଆସିବା ପରେ ବିଏଲଓ ବହିରୁ ତାଙ୍କ ନାମ କଟିଯିବା ତଦନ୍ତକାରୀ ଅଧିକାରୀ ପ୍ରକାଶ କରିଥିଲେ । ଏହା ହିତାଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେଣୁ ହିତାଧିକାରୀମାନେ କରିଥିବା ପାଇଖାନା ବିଲ୍ ପାଇବା ସହ କଟକଣା ପଂଚାୟତରେ ପାଇଖାନା ନାମରେ ହୋଇଥିବା ହରିଲୁଟର ତଦନ୍ତ କରି ମିଥ୍ୟା ଭାବରେ ନେଇଥିବା ଅନୁଦାନ ରାଶିର ମିଥ୍ୟା ହିତାଧିକାରୀଙ୍କ ଠାରୁ ଭରଣା କରିବା ସହ ଯେଉଁମାନେ ଏହି ଦୁର୍ନିତିରେ ସଂପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବୀ କରିଛନ୍ତି ।

Nalco

Leave A Reply