Odisha news

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ୨୪ ଘଂଟା ନପୁରୁଣୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଗଲା ପ୍ଲାଜମା ଥେରାପି ସେବା

0

ବ୍ରହ୍ମପୁର , ମୁଖ୍ୟମନ୍ତ୍ରୀଙ୍କ ଘୋଷଣାର ୨୪ ଘଂଟା ନପୁରୁଣୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଗଲା ପ୍ଲାଜମା ଥେରାପି ସେବା । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ପ୍ରକାରେ ଆଜି ଠାରୁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି ସେବା । କଟକରୁ ଆସିଥିବା ୬ଟି ପ୍ଲାଜମାକୁ ଏମମେସିଜି ମେଡ଼ିକାଲ କଲେଜ ପରିସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦଘାଟନ କରିବା ପରେ ଶୀତଳାପଲ୍ଲୀ କୋଭିଡ୍ ହସପିଟାଲକୁ ସେସବୁକୁ ପଠାଇ ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି । ୨୫ କୋଟି ଟଙ୍କା ଅନୁଦାନ ପ୍ରଦାନ ସହ ୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍ ହସପିଟାଲ ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ପ୍ଲାଜମା ଥେରାପି ସଂକ୍ରମଣ ନିୟନ୍ତ୍ରଣ ଦିଗରେ ସହାୟକ ହେବ ବୋଲି କହିଛନ୍ତି । ଅନ୍ୟ ପଟେ ବାହାର ରାଜ୍ୟରୁ ଆସିଥିବା ପ୍ରବାସୀ ଓଡ଼ିଆ ମାନେ ଜୀବିକା ପାଇଁ ଯଦି ଭଲ ସୁଯୋଗ ପାଆନ୍ତି ଓ ପୁଣି ଥରେ ବାହାର ରାଜ୍ୟକୁ ଯିବା ପାଇଁ ଚାହାନ୍ତି ତାହା ହେଲେ ପ୍ରଶାସନ ସହଯୋଗ କରିବେ ବୋଲି କହିଛନ୍ତି ।

ସେପଟେ ଚିହ୍ନଟ କରାଯାଇଥିବା ରୋଗୀଙ୍କ ଠାରେ ପ୍ଲାଜମା ଥେରାପି ପ୍ରୟୋଗ କରାଯିବ ଓ ନିୟମିତ ଭାବେ ଏହା ଚାଲୁ କରିବା ପାଇଁ ଆବଶ୍ୟକ ପଡ଼ୁଥିବା ମେସିନ୍ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ବୋଲି ବ୍ଲଡ଼୍ ବ୍ୟାଙ୍କର ଇନଚାର୍ଜ ସହକାରୀ ପ୍ରଫେସର ସୁସ୍ମିତା ବେହେରା କହିଛନ୍ତି । ଅନ୍ୟ ପଟେ ଆଜି ନୂଆ ୨୨୫ ସଂକ୍ରମଣ ଚିହ୍ନଟ ହୋଇ ଜିଲ୍ଲାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୫୯୯୧ରେ ପହଂଚିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ମେଡ଼ିକାଲ କଲେଜ ଅଧ୍ୟକ୍ଷ ଦିପ୍ତିମୟୀ ତ୍ରିପାଠୀ, ଅଧିକ୍ଷକ ପ୍ରଫେସର ସନ୍ତୋଷ ମିଶ୍ର, ଅତିରିକ୍ତ ଅଧିକ୍ଷକ ପ୍ରଫେସର କିରଣ ପଟ୍ଟନାୟକ, କୋଭିଡ୍ ନୋଡାଲ୍ ଅଫିସର ପ୍ରଫେସର ଉମା ଶଙ୍କର ମିଶ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରେୟା ଭାଉ ସାହେବ ପ୍ରମୁଖ ଉପସ୍ଥିତ ଥିଲେ ।

Nalco
Leave A Reply