Odisha news

ବାଲିଗୁଡା : ବାପା,ପୁଅଙ୍କୁ କରୋନା ଆକ୍ରାନ୍ତ , ଗାଁକୁ ସାନିଟାଇଜ କରାଗଲା

0
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକର କାଲିଙ୍ଗା ପଞ୍ଚାୟତରୁ ୨ କରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ କାଲିଙ୍ଗା ପଞ୍ଚାୟତର ତାରାବାଡ଼ି ନଦୀସାହି ସମେତ ଆଖପାଖ ଗ୍ରାମକୁ ସାନିଟାଇଜ୍‌ କରାଯିବା ସହିତ କଣ୍ଟ୍ରାକ୍ଟ ଟ୍ରେସିଂ କରାଯାଇଛି। ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ କରାଯିବ ବୋଲି ଜି.ଉଦୟଗିରି ବିଡିଓ ଶାନ୍ତନୁ କୁମାର ନାୟକ କହିଛନ୍ତି। କାଲିଙ୍ଗା ଛକ, କୂଅସାହି, ଡିଏଭି ଛକ ଅଞ୍ଚଳକୁ ବଫର୍‌ ଜୋନ୍‌ କରାଯିବ ବୋଲି କହିଛନ୍ତି । ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ଦୁଇ ଜଣଙ୍କୁ ଥଣ୍ଡା କାଶ ହେବା ପରେ ଏମାନେ ଟିକାବାଲି ହସ୍ପିଟାଲ ଯାଇ ନମୁନା ପରୀକ୍ଷା କରାଇଥିଲେ। ସେମାନଙ୍କ ପଜିଟିଭ୍‌ ଆସିଥିଲା। ଉଭୟଙ୍କୁ ଫୁଲବାଣୀ କୋଭିଡ୍‌ କେୟାର ହସ୍ପିଟାଲକୁ ନିଆଯାଇଛି। ତେବେ ଦୁଇ ଆକ୍ରାନ୍ତ ବାପା-ପୁଅ ବୋଲି ଜଣାପଡ଼ିଛି।
Nalco
Leave A Reply