ଫୁଲବାଣୀ : କନ୍ଧମାଳର ହଳଦୀ ସମଗ୍ର ଦେଶରେ ଏବଂ ବିଦେଶରେ ପ୍ରସିଦ୍ଧି ଲାଭ କରଛି । ସେଥିପାଇଁ କନ୍ଧମାଳର ହଳଦୀ ମାନରେ କିଛି ଜିଲାରେ ଲୋକେ ଭେଜାଲ ହଳଦୀ ତିଆରି କରି ବିକି୍ର କରି ପ୍ରଚୁର ରୋଜଗାର କରୁଥିବାର ମଧ୍ୟ ନଜୀର ରହିଛି । ଆଜି ମଧ୍ୟ ଜିଲା,ରାଜ୍ୟ,ଏବଂ ଦେଶ ବାହାରୁ ଲୋକେ କୌଣସି କାମରେ କିମ୍ବା ବୁଲିବାକୁ କନ୍ଧମାଳ ଜିଲାକୁ ଆସିଲେ ସେମାନଙ୍କର ପ୍ରଥମ ଲକ୍ଷ ଥାଏ କନ୍ଧମାଳ ହଳଦୀ ସାଙ୍ଗରେ ନେଇ ଯିବାପାଇଁ । ସେଥିପାଇଁ କନ୍ଧମାଳ ଜିଲାରେ ହଳଦୀ ଚାଷୀ ମାନଙ୍କୁ ପୋ୍ରସôାହନ ଓ ସହାୟତା ଦେଉଥିବା କସମ ଅନୁଷ୍ଠାନ ନିକଟରେ ହଳଦୀ ପାଇଁ ଆନ୍ତର୍ଯ୍ୟାତୀୟ ଜିଆଇ ଟ୍ୟାଗ୍ ପାଇଛି ।
ହେଲେ କନ୍ଧମାଳ ଜିଲାରେ ବିଶ୍ୱ ପ୍ରସିଦ୍ଧ ହଳଦୀ ଉତ୍ପାଦନ ହେଉଥିବାବେଳେ ସୁଦୁର ଆସାମରୁ ହଳଦୀ କନ୍ଧମାଳକୁ ଆସୁଥିବା ଅଅଜି ଗୋଟିଏ ହଳଦୀ ବୋଝେଇ ଟ୍ରକ କନ୍ଧମାଳ ଜିଲାରେ ପହଂଚିବାପରେ ଅଂଚଳର ଚାଷିଙ୍କ ଭିତରେ ଆଲୋଡନ ସୃଷ୍ଟି ହୋଇଛି । ଆନ୍ଧ୍ରପ୍ରଦେଶର ଏପି ୩୯ -୫୩୬୯ ନମ୍ବର ଥିବା ଏକ ଟ୍ରକରେ ଆଜି କନ୍ଧମାଳ ଜିଲାର ରାଇକିଆ ଅଂଚଳରେ ଥିବା ଜଣେ ବ୍ୟବସାୟୀଙ୍କ ନିକଟକୁ ଏହି ହଳଦୀ ଶନିବାର ଦିନ ପହଂଚିଛି । କରୋନା ଲକଡାଉନ ବେଳେ ଏହି ଟ୍ରକ ସୁଦୁର ଆସାମରୁ ଆସି ଏଠାରେ ପହଂଚିଛି ତାହା ଅଂଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟ ପକ୍ଷରେ ଜିଲ୍ଲାର ହଳଦୀ ଚାଷିମାନେ ସେମାନଙ୍କର କ୍ୱିଣ୍ଟାଲ କ୍ୱିଣ୍ଟାଲ ହଳଦୀ ବିକି୍ର କରିନପାରି ସେମାନଙ୍କର ଘରେ ପକାଇ ରଖିଛନ୍ତି ସରକାର କିମ୍ବା ବ୍ୟବସାୟୀ ମାନଙ୍କ ଦ୍ୱାରା ସେ ଗୁଢିକ କିଣାଯିବା ଆଶାରେ ।
