Odisha news

ଫୁଲବାଣୀ ଓ ବାଲିଗୁଡାର ୨୬ଟି ୱାର୍ଡରେ ହେଲଥ ସର୍ଭେ ଜାରୀ : ଘର ଘର ବୁଲି ସର୍ଭେ କରୁଛନ୍ତି ନିୟୋଜିତ ଦଳର ସଦସ୍ୟମାନେ

0

ଫୁଲବାଣୀ : ସଂନ୍ଧ୍ୟା ୭ଟା ଠାରୁ ୨୨ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୪ ଦିନ ପାଇଁ ଫୁଲବାଣୀ ପୌରାଂଚଳ ଏବଂ ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦର ସମସ୍ତ ସହରାଂଚଳ ଗୁଡିକରେ  ସଟ୍ଡାଉନ ଘୋଷଣା କରାଯାଇଛିି । ଏହି ଚାରି ଦିନ ପାଇଁ ଉଭୟ ଫୁଲବାଣୀ ଓ ବାଲିଗୁଡା ସହରାଂଚଳର ସମସ୍ତ ପ୍ରବେଶ ପଥ ଗୁଡିକ ସିଲ କରାଯାଇଛି ଗତକାଲିଠାରୁ ଏହା ଲାଗୁ ହୋଇଥିବା ବେଳେ  । ଆଜି  କୌଣସି ଯାନବାହାନ,ଅଟୋରିକ୍ସା କିମ୍ବା କୌଣସି ଗାଡି ମଟର ଚଳାଚଳ କରୁନାହିଁ  ।  ରାସ୍ତାଘାଟ ଖାଁଖାଁ ଲାଗୁଛି । କାଁଭାଁ ଲୋକେ ସେମାନଙ୍କର ଅତ୍ୟାବଶ୍ୟକୀୟ କାର୍ଯ୍ୟରେ ବାହାରକୁ ବାହାରୁଛନ୍ତି । ଏହି ଦୁଇ ସହରାଂଚଳରେ ଥିବା ୨୬ଟି ୱାର୍ଡରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ  ଲୋକଙ୍କର ଘରଘରକୁ ବୁଲି ସ୍ୱାସ୍ଥ୍ୟ  କର୍ମି ମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି  । ଏହି ହେଲଥ୍ ସର୍ଭେ ପାଇଁ ଜିଲାର ଶିକ୍ଷକ ଶୀକ୍ଷୟୀତ୍ରୀ,ଏ.ଏନ.ଏମ,ଅଙ୍ଗନବାଡି କର୍ମି,ଆଶା ଏବଂ ଫୁଲବାଣୀ ଟିମ ହୁ୍ୟମାନିଟିର ସ୍ୱେଛାସେବୀ ମାନଙ୍କ ସମେତ କିଛି ସ୍ୱଛ ସାଥିମାନଙ୍କୁ ନେଇ ଏକ ଟିମ ଏଥିରେ କାର୍ଯ୍ୟରତ ଅଛନ୍ତି । ।

ପ୍ରତ୍ୟେକ ଟିମରେ ୨ ଜଣ ଲେଖାଏଁ ରହିବା ସହିତ ପ୍ରତି ୱାର୍ଡରେ ୪ଟି ଟିମ କାର୍ଯ୍ୟ କରିବ ପ୍ରତ୍ୟେକ ୱାଡକୁ ଦୁଇଜଣ ମନିଟରିଙ୍ଗ କରୁଛନ୍ତି ।  ଏହାସହିତ  ୧୦ ଜଣ ଜିଲା ସ୍ତରୀୟ ଅଧିକାରୀଙ୍କୁ ଏହି କାର୍ଯ୍ୟର  ସର୍ଭେ କରିବାପାଇଁ ଜିଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ସର୍ଭେ ସମୟରେ ସ୍ୱସ୍ଥ୍ୟ କର୍ମୀମାନେ ଥର୍ମାଲ ସ୍କାନିଙ୍ଗ କରୁଛନ୍ତି  । ଲୋକଙ୍କର ନିଶ୍ୱସ ପ୍ରଶ୍ୱାସରେ କୌଣସି ସମସ୍ୟା ଦେଖାଗଲେ ପଲ୍ସ ଅକ୍ସିମିଟର ସାହାଜ୍ୟରେ ଅକ୍ସିଜେନ ସାଚୁରେସନ ଚେକ ମଧ୍ୟ କରାଯାଉଛି  । ସେମାନଙ୍କର କିଛି କରୋନା ଲକ୍ଷଣ ଦେଖାଦେଲେ ପରଦିନ ସେମାନଙ୍କର ଆଣ୍ଟିଜେନ୍ ଟେଷ୍ଟ କରିବାପାଇଁ ବ୍ୟବସ୍ଥା ସେମାନଙ୍କୁ ନିଦେ୍ର୍ଧଶ ରହିଛି । ଏହି ସଟଡାଉନର ୪ ଦିନିଆ  ଅବଧିରେ ଘରୁ ନବାହାରିବା ସହିତ ସର୍ଭେ କରୁଥିବା ସମସ୍ତ କର୍ମଚାରୀ ମାନଙ୍କୁ ସହେଯାଗ କରିବାକୁ ସର୍ବସାଧାରଣକୁ ଜିଲା ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଛି ।  ଏଥିରେ ସହେଯାଗ କରୁନଥିବା ବ୍ୟକ୍ତି ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ମଧ୍ୟ ପୋଲିସ ବିଭାଗକୁ ଜିଲା ପ୍ରଶାସନ ତରଫରୁ ନିଦେ୍ର୍ଧଶ ରହଛି ।

Nalco
Leave A Reply