ପାରାଦୀପ: ଆଜି ସକାଳେ ପାରାଦୀପ ଆଦର୍ଶ ଥାନା ଅଧୀନ ସବ୍ଷ୍ଟେସନ ଛକ ନିକଟରେ ଏକ ଟ୍ରକ୍ ମଧ୍ୟରେ ହେଲପରର ମୃତଦେହ ରହିଥିବା ନେଇ ଖବର ପ୍ରକାଶ ପାଇଥିଲା । ସୂଚନା ଅନୁଯାୟୀ, ଏକ ୧୪ ଚକିଆ ଟ୍ରକ୍ (ଓଆର୦୪ ଏଫ୍-୮୦୮୩) କେନ୍ଦୁଝରରୁ ମାଲ୍ ଆଣି ପାରାଦୀପ ବନ୍ଦରକୁ ଆସିଥିଲା ।
ଘଟଗାଁ ନିକଟରେ ସେମାନେ ରାସ୍ତା କଡ଼ରେ ରୋଷେଇ କରିଥିଲେ । ଖାଇ ସାରିବା ପରେ ଟ୍ରକ୍ ଚାଳକ ଉପେନ୍ଦ୍ର ସିଂ ଗାଡ଼ି ପଛେଇବା ସମୟରେ ପଛପଟେ ଛିଡ଼ା ହୋଇଥିବା ହେଲପର ବାବୁଲି ସିଂର ଗୋଡ଼ ଉପରେ ଚଢ଼ି ଯାଇଥିଲା । ପରେ ଉପେନ୍ଦ୍ର ତାଙ୍କୁ ଗାଡ଼ିକୁ ଉଠାଇ ଆଣି ସିଧାସଳଖ ପାରାଦୀପ ନେଇ ଆସିଥିଲା । ବାଟରେ ବାବୁଲିଙ୍କର ମୃତୁ୍ୟ ହୋଇଥିଲା । ପୁଲିସ ଟ୍ରକ୍ ଓ ଚାଳକ ଉପେନ୍ଦ୍ରଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି ।