ଜଳେଶ୍ୱର : ଜଳେଶ୍ୱର ମୁ୍ୟନିସିପାଲଟି ଓ ବ୍ଲକ ଅଞ୍ଚଳ ପଶ୍ଚିମବଂଗକୁ ଲାଗି ରହିଛି । ୬ ହଜାର ପ୍ରବାସୀ ଏଠାକୁ ଆସି ରେଜିଷ୍ଟ୍ରେସନ କରିଥିବା ବେଳେ ପ୍ରାୟ ୪ହଜାର ପ୍ରବାସୀ ବିନା ରେଜିଷ୍ଟ୍ରେସନରେ ଲୁଚିଛପି ପ୍ରବେଶ କରିଥିଲେ । ଅଦ୍ୟାବଧି ଆବଶ୍ୟକ କରୋନା ଟେଷ୍ଟ କରାଯାଇନଥିବାରୁ ଚାରିଆଡେ ଆତଙ୍କ ଖେଳୁଛି । ଅଦ୍ୟାବଧି ମୁ୍ୟନିସିପାଲଟିରୁ ଅଞ୍ଚଳରୁ ୩୩୬ ଜଣଙ୍କ ସ୍ୱାବ ଟେଷ୍ଟ ପାଇଁ ନିଆଯାଇଥିବା ବେଳେ ସେଥିରୁ ୨୩୬ଜଣଙ୍କ ରିପୋର୍ଟ ମିଳିଛି । ଏଥିରେ ୩୪ଜଣ କରୋନା ପଜେଟିଭ୍ ଥିବା ବେଳେ ୨୦୨ଜଣର ନେଗେଟିଭ୍ ଆସିଥିବା ପ୍ରକାଶ । ଅନ୍ୟ ୧୦୦ ଜଣଙ୍କ ସ୍ୱାବ ଟେଷ୍ଟ ରିପୋର୍ଟ ଆଜି ରାତ୍ରି ୧୦ଟାରେ ମିଳିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ।
ଅନ୍ୟପକ୍ଷରେ ଜଳେଶ୍ୱରକୁ ୮୪ ଘଣ୍ଟାଲାଗି ସଟ୍ଡାଉନ୍ କରାଯାଇଥିବା ବେଳେ ଆଜି ୭୨ଘଣ୍ଟା ବିତିଛି । ଏହା ମଧ୍ୟରେ ଦେଉଳି ପଞ୍ଚୁଘଣ୍ଟା ଅଞ୍ଚଳରୁ ୧୦ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଚିହ୍ନଟ ହୋଇଥିବା ସମ୍ପର୍କୀୟ ମାନଙ୍କୁ ଟେଷ୍ଟ ହୋଇନଥିବା ଅଭିଯୋଗ ହୋଇଛି । ସେହିପରି ପଥରପୁରା ଅଞ୍ଚଳରୁ ୬ଜଣ,ଝାଡେଶ୍ୱରପୁରରୁ ୨ଜଣ, ବଡବଜାରରୁ ୨ଜଣ, ପଂଚୁଘଣ୍ଟାରୁ ୫ଜଣ, ନହରାରୁ ୧, ଶାସନବାର୍ଡରୁ ୪ଜଣ, ସେକ୍ବାର୍ଡରୁ ୩ଜଣ, ରାଜପୁରରୁ ୧ଜଣ ଏପରି ମୋଟ ୩୪ଜଣ ଚିହ୍ନଟ ହୋଇଥିବା ବେଳେ ଅଧିକ ସ୍ୱାବ ସଂଗ୍ରହ ପାଇଁ ଦାବି ହେଉଛି । ଜଳେଶ୍ୱର ପୌରପାଳିକାର ଦେଉଳି ପଂଚୁଘଣ୍ଟା ଅଂଚଳରେ ଗତ ବୁଧବାର ସେନିଟାଇଜେସନ୍ କରାଯାଇଥିବା ବେଳେ ଆଜି ଗୁରୁବାର ଦୈନିକ ବଜାରକୁ ମଧ୍ୟ ସାନିଟାଇଜେସନ୍ କରାଯାଇଥିବା ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର କହିଛନ୍ତି ।