Odisha news

ବେଆଇନ୍ ବାଲି ଉତ୍ତୋଳନ ଅଭିଯୋଗରେ ଜେସିବି ଓ ଟ୍ରାକ୍ଟର ଜବତ୍ : ୧ଲକ୍ଷ ୧୫ହଜାର ଜୋରିମାନା ଆଦାୟ

0

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ତହସିଲ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀରୁ ବ୍ୟାପକ ବେଆଇନ୍ ବାଲି ଉତ୍ତୋଳନ ହେଉଥିବାର ବାରମ୍ବାର ଅଭିଯୋଗ ପରେ ନବ ନିଯୁକ୍ତ ଉପଜିଲ୍ଲାପାଳ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଜଳେଶ୍ୱର ତହସିଲଦାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ବୁଧବାର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ସଦର ଆର୍ଆଇ ମାନସ ବେହେରା ଓ ଲୋକନାଥ ଚନ୍ଦ ବିଭିନ୍ନ ଅଂଚଳ ବୁଲି ତଦାରଖ କରୁଥିଲେ ।

ପଞ୍ଚୁଘଣ୍ଟା ବାଲି ଖାଦାନରୁ କେତେକ ଟ୍ରାକ୍ଟର ବାଲି ଉତ୍ତୋଳନ କରୁଥିବାର ତହସିଲଦାରଙ୍କ ଦୃଷ୍ଟି ଗୋଚର ହେବାରୁ ସେ ତତ୍କ୍ଷଣାତ୍  ଓଡି୦୧ଏ.ଏଲ-୦୪୨୯ ଟ୍ରାକ୍ଟରକୁ ଜବତ୍ କରିବା ସହ ବାଲି ଉତ୍ତୋଳନରେ ନିୟୋଜିତ ଏକ ଜେସିବିକୁ ଜବତ୍ କରିଥିଲେ । ଏ ସଂପର୍କରେ ଉପଜିଲ୍ଲାପାଳ ଈଶୋର  ଆଶିଷ ପଟେଲଙ୍କୁ ଶ୍ରୀ ପଣ୍ଡା ଅବଗତ କରାଇବାପରେ ଉକ୍ତ ଯାନରୁ ୧ଲକ୍ଷ ୧୫ହଜାର ଟଙ୍କା ଜୋରିମାନା ଆଦାୟ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଅନ୍ୟଥା ୨ଟି ଗାଡିର ମାଲିକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିବାକୁ ନିଦେ୍ର୍ଦଶ ଦେଇଥିଲେ ।  ଗାଡିର ମାଲିକ ୧ଲକ୍ଷ୧୫ହଜାର ଟଙ୍କା ଜୋରିମାନା ଦେଇ ଗାଡି ମୁକୁଳିଥିବା ତହସିଲଦାର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ତହସିଲଦାରଙ୍କ ଏପରି କଠୋର କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Leave A Reply