ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ ପଥରପଦା ପଂଚାୟତର ମୁଲରୀ ଗ୍ରାମର ଆର୍ଶିବାଦ ରାଇସ ମିଲ ସମ୍ମୁଖରେ ଦେକାନ କରିଥିବା ବ୍ୟବସାୟୀ ମାନେ ବୁଧବାର ରାତ୍ରୀରେ ଦେକାନ ଖୋଲି ବ୍ୟବସାୟ କରିବା ସହ ବହୁ ଲୋକଙ୍କ ଭିଡ ଜମିଥିଲା । ଖବର ପାଇ ଯାଜପୁର ଏସପି ଚରଣ ସିଂହ ମୀନାଙ୍କ ନିଦେ୍ର୍ଦଶ କ୍ରମେ ପାଣିକୋଇଲି ଥାନାଧିକାରୀ ଅଜୟ କୁମାର ଜେନା ସଦଳବଳେ ଚଢାଉ କରିଥିଲେ । ଚଢାଉ ସମୟରେ ପୁଲିସ ଦେଖି କିଏ କେୁଁଆଡେ ଦୌଡିଥିଲେ । ପୁଲିସ ସେଠାରେ ଥିବା ୪ଟି ଦୋକାନକୁ ସିଲ କରିବା ସହ ୭ଟି ବାଇକକୁ ଜବତ କରି ଥାନାକୁ ଆଣିଥିଲା । ଏନେଇ ମାମଲା ରୁଜ୍ଜୁ ହେବା ସହ ଘଟଣାର ତଦନ୍ତ ଜାରି ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ ।