Odisha news

ଧାମନଗର ଏନଏସିର ଦୂରାବସ୍ଥା, ଖେଳ ପଡିଆର ଭ୍ରମ ସୃଷ୍ଟି କରୁଛି ପୋଖରୀ

0

ଧାମନଗର : ଧାମନଗରରେ ଏନଏସି ଅଧିନରେ ଥିବା ବହୁ ପୁରାତନ ପୋଖରୀ ଏବେ ଅଳିଆ ଆବର୍ଜ୍ଜନାରେ ଭର୍ତ୍ତି ଅଦରକାରୀ ସ୍ଥାନରେ ପରିଣତ ହୋଇଛି । ଦୈନନ୍ଦିନ କାରବାରରେ ଲାଗୁଥିବା ବହୁ ପୋଖରୀ ଦଳ ଭର୍ତ୍ତି ହୋଇ ବ୍ୟବହାର ଅନୁପଯୋଗୀ ହୋଇ ପଡିଥିବା ବେଳେ ସେଥିପ୍ରତି କାହାରି ନଜର ପଡୁନାହିଁ । କିଛି ବର୍ଷ ପୂର୍ବେ ପ୍ରାୟ ୧୦ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ବ୍ୟୟ କରାଯାଇ ପଙ୍କ ଉଦ୍ଧାର କରାଯିବା ସହିତ ଦୁଇଟି ପକ୍କା ଗାଧୁଆ ତୁଠ ନିର୍ମାଣ କରାଯାଇଥିବା ଧାମନଗର ମେଡିକାଲ ପୋଖରୀ ଏବେ ଦଳ ଓ ଅଳିଆ ଆବର୍ଜ୍ଜନାରେ  ଭର୍ତ୍ତି ହୋଇ ପଡିଆର ଭ୍ରମ ସୃଷ୍ଟି କରୁଛି । ପ୍ରତିଦିନ ଶତାଧିକ ଲୋକେ ଏହି ପୋଖରୀରେ ଗାଧୋଇବା ସହିତ ପୋଖରୀ ପାଣି ବ୍ୟବହାର କରିଥାନ୍ତି ।

ପ୍ରାୟ ଦୁଇବର୍ଷ ରୁ ଉଦ୍ଧ୍ୱର୍ ହେବ ଏଥିରେ ଦଳ ଭର୍ତ୍ତି ହେବାରୁ ଲୋକେ ଏହାକୁ ବ୍ୟବହାର କରିପାରୁ ନାହାଁନ୍ତି । ଧାମନଗର ଏନଏସି ଅଧିନରେ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ପୋଖରୀକୁ ସଫା କରି ବ୍ୟବହାର ଉପଯୋଗୀ କରିବା ପାଇଁ ଲୋକେ ବାରମ୍ବାର ଦାବି କରି ଆସୁଥିଲେ ହେଁ ଏନଏସି କର୍ତ୍ତୁପକ୍ଷ କର୍ଣ୍ଣପାତ କରୁନାହାଁନ୍ତି । ଧାମନଗର ମେଡିକାଲ ପୋଖରୀ ଭଳି ଏନଏସି ଅଧିନରେ ଥିବା ବହୁ ଛୋଟବଡ ପୋଖରୀର ଅବସ୍ଥା ଏହିପରି ଥିବା ଜଣାଯାଇଛି । ନୂଆ ଧାମନଗର ସହରକୁ ସ୍ୱଚ୍ଛ ଓ ପରିସ୍କାର ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଭଦ୍ରକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ।

Leave A Reply