Odisha news

କଣିହାଁ : ସରକାରୀ ଯୋଜନା ପାଇଁ କଣିହାଁ ଅଧ୍ୟକ୍ଷା ଓ ବିଡିଓଙ୍କୁ ଭେଟିଲେ କିନ୍ନର

0

କଣିହାଁ :  ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଭତା ଓ ବାସଗୃହ ଯୋଗାଇଦେବା ପାଇଁ କଣହାଁ ଅଂଚଳର ପ୍ରାୟ ୩୫ଜଣ କିନ୍ନର କଣିହାଁ ପଂଚାୟତ ସମିତି ଅଧ୍ୟକ୍ଷା ନମିତା ସାହୁ ଓ ବିଡିଓ ରମେଶ କୁମାର ଜେନାଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ସମାଜରେ ସେମାନେ ଅବହେଳିତ, ଲାଂଛିତ ଅବସ୍ଥାରେ ରହୁଥିବାବେଳେ ସେମାନଙ୍କ ପାଇଁ କୌଣସି ସରକାରୀ ଯୋଜନା କାର୍ଯ୍ୟକାରୀ ହେଉନଥିବାରୁ ଭତା ଓ ବାସଗୃହ ଯୋଗାଇଦେବା ପାଇଁ ଅଧ୍ୟକ୍ଷା ଓ ବିଡିଓଙ୍କୁ ଗୁହାରି କରିଥିଲେ ।

ଅଧ୍ୟକ୍ଷା ଓ ବିଡିଓ ଭତା ଓ ୫କେଜି ଚାଉଳ ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଥିବାବେଳେ ବାସଗୃହ ଶୁକ୍ରବାର ବ୍ଲକରେ ବସି ସମାଧାନ କରାଯିବ ବୋଲି କିନ୍ନର ମାନଙ୍କୁ କହିଥିବା ଜଣାଯାଇଛି । ଦାବୀ ପତ୍ର ପ୍ରଦାନ ସମୟରେ କଣିହାଁ କିନ୍ନର ସଂଘର ସଭାପତି ସୁଶାନ୍ତ ନାଏକ, ପଙ୍କଜ ନାଏକ, ଅନୁ ଦେହୁରୀ, ଚକ୍ର ଦେହୁରୀ, ହେମନ୍ତ ନାଏକ, ସୁମନ୍ତ ବେହେରା, ପ୍ରତାପ ବେହେରା, ଭାସ୍କର ସେଠୀ, ମିନକେତନ ବେହେରା, ଫକୁଲ ପ୍ରଧାନ, ବାଉରି ବେହେରା, ତ୍ରିଲୋଚନ ସାହୁ ପ୍ରମୁଖ ଅନେକ କିନ୍ନର ସାମିଲ ଥିଲେ ।

Leave A Reply