କେନ୍ଦ୍ରାପଡା : ମଠରେ ବାହାଘର ଚାଲିଥିବା ବେଳେ ପୋଲିସ ପହଁଚିବାରୁ ଉପସ୍ଥିତ ଥିବା ବର କନ୍ୟା ଓ ଉଭୟ ପକ୍ଷର ଲୋକମାନେ ଛତ୍ରଭଙ୍ଗ ଦେଇ ଯେ ଯୁଆଡେ ଧାଇଁବାକୁ ଲାଗିଲେ । ଗୋଟିଏ ଦିନରେ ପ୍ରାୟ ୩୦ଟି ବାହାଘର ଚାଲି ଥିବାରୁ ଦୈାଡା ଦୈାଡିରେ ବର କନ୍ୟା ଅଦଳ ବଦଳ ହୋଇଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଅଙ୍ଗୁଳାଇ ନିକଟବର୍ତୀ ପସ୍ତା ମଠରେ ସୋମବାର ଦିନ ପ୍ରାୟ ୩୦ଟି ବାହାଘର ଚାଲିଥିଲା । ଏଥିପାଇଁ ମଠ କତୃପକ୍ଷ ସଦର ଥାନାରୁ ଅନୁମତି ନେଇ ନଥିଲେ । ବିନା ଅନୁମତିରେ ଚାଲିଥିବା ବାହାଘରରେ ବରକନ୍ୟା ସମେତ ପ୍ରାୟ ହଜାର ରୁ ଉଦ୍ଧ୍ୱର୍ ଲୋକ ମଠ ପରିସର ରେ ଗହଳି କରିଥିଲେ । ଖବର ପାଇ ସଦର ଥାନା ପକ୍ଷରୁ ଏକ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଁଚି ଯିବା ପରେ ଉପସ୍ଥିତ ଥିବା ଲୋକମାନେ ଛତ୍ରଭଙ୍ଗ ଦେଇଥିଲେ ।
ବିବାହ ପାଇଁ ଆସିଥିବା ପ୍ରାୟ ୩୦ ଯୋଡା ବରକନ୍ୟା ଯେ ଯୁଆଡେ ଦୈାଡିବା ସମୟରେ କିଏ କାହା ହାତ ଧରି ଦୈାଡିଥିଲା ତାହା ଜଣା ପଡି ନଥିଲା । ପରେ ଏହା ମଧ୍ୟରେ କେତେକ କନ୍ୟା ଅଦଳ ବଦଳ ହୋଇ ଥିବାରୁ ସଂପୃକ୍ତ ବର ପକ୍ଷ ଚିନ୍ତାରେ ପଡିଥିଲେ । ତେବେ କରୋନା କଟକଣା କୁ ଉଲଙ୍ଘନ କରି ବିନା ଅଣୁମତିରେ ବିବାହ ପାଇଁ ଅନୁମତି ଦେଇ ଥିବାରୁ ପସ୍ତା ମଠ ପରିଚାଳନା କମିଟି ସଭାପତି ଓ ସଂପାଦକଙ୍କୁ କୋଭିଡ-୧୯ ନିୟମ ଉଲଙ୍ଘନ ଅଭିଯୋଗରେ ଗିରଫ କରାଯାଇଥିବା ସଦର ଥାନା ଅଧିକାରୀ ପ୍ରମୋଦ ମଲିକଙ୍କ ସୂତ୍ରରୁ ଜଣା ପଡିଛି ।
