Odisha news

ଆସନ୍ତା ୫ ବର୍ଷ ମଧ୍ୟରେ ଗୁଗୁଲ ଭାରତରେ ୭୫୦୦୦ କୋଟି ପୁଞ୍ଜି ନିବେଶ କରିବ

0

ଗୁଗୁଲ ସୋମବାର ଦିନ କହିଛି ଯେ ଭାରତରେ ଆସନ୍ତା ୫ ବର୍ଷ ଭିତରେ ୭୫ ହଜାର କୋଟି କମ୍ପାନୀ ପୁଞ୍ଜି ନିବେଶ କରିବା ପାଇଁ ସ୍ଥିର କରିଛି l ଗୁଗୁଲର CEO ସୁନ୍ଦର ପିଚାଇ କହି ଛନ୍ତିଯେ ଗୁଗୁଲ ଭାରତକୁ ଡିଜିଟାଇଜେସନ ଫଣ୍ଡକୁ ଉପସ୍ଥାପନା କରିବ l ଏଥିପାଇଁ କମ୍ପାନୀ ଭାରତରେ ପୁଞ୍ଜିନିବେଶ କରିବାକୁ ସ୍ଥିର କରିଛି l ସୁନ୍ଦର ପିଚାଇ କହିଛନ୍ତି ଯେ ଗୁଗୁଲ କମ୍ପାନୀ ୱିକିଟି ଇନଭେଷ୍ଟମେଣ୍ଟ ,ପାଟନରସିପ ଓ ଅପରେସନାଲ,ଇକୋ ସିଷ୍ଟମ ଇନଭେଷ୍ଟମେଣ୍ଟକୁ ନେଇ ପୁଞ୍ଜି ନିବେଶ କରିବା l ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତର ଭବିଷ୍ୟତ ଓ ଏହାର ଡିଜିଟାଲ ଇକୋନୋମି ଉପରେ ଆମର ଭରସା ରହିଛି l

ଆମର ମୁଖ୍ୟ ଉଦେଶ୍ୟ ହେଲା ଯେ -ଲୋକମାନଙ୍କୁ ତାଙ୍କର ମାତୃ ଭାଷାରେ ସମସ୍ତ ତଥ୍ୟ ମିଳିବ l କମ୍ପାନୀ ନୂଆନୂଆ ଆପ୍ଲିକେସନ ଓ ସର୍ଭିସ ଡେଭେଲପ କରିବ ଯାହା ଭାରତୀୟ ମାନଙ୍କର ଅବଶ୍ୟକକୁ ପୁରା କରିବ l ଡିଜିଟାଲ ଟ୍ରାନ୍ସଫରମେସନ ଜରିଆରେ ବ୍ୟବସାୟରେ ଉର୍ନତି ହେବ l ସ୍ୱାସ୍ଥ୍ୟ ,ଶିକ୍ଷା ଓ କୃଷି ପରି ସାମାଜିକ କାର୍ଯ୍ୟ ପାଇଁ ନୂଆ ଟେକନୋଲଜିର ବ୍ୟବହାର ହେବ l ଏହି ଡେଭଲପମେଣ୍ଟର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁନ୍ଦର ପିଚାଇଙ୍କ ମଧ୍ୟରେ ଗୋଟିଏ ସୌଜନ୍ୟ ମୂଳକ ସାକ୍ଷାତ କର ହୋଇଥିଲା l ଗୁଗୁଲର ସୂଚନା ଅନୁସାରେ ଏହି ଇନଭେଷ୍ଟମେଣ୍ଟ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କର ଡିଜିଟାଲ ଇଣ୍ଡିଆ ହେବାର ସ୍ୱପ୍ନ ସାକାର ହେବ l

Leave A Reply