ଶ୍ରବଣ ମାସରେ ଶିବଙ୍କୁ ଉପାସନା କରିବା ଅତ୍ୟନ୍ତ ଫଳପ୍ରଦ ହୁଏ l ଏହା ସହିତ ଜ୍ୟୋତିରଲିଙ୍ଗ ମାନଙ୍କର ଦର୍ଶନ କରିବା ମଧ୍ୟ ଆବଶ୍ୟକ l ପୌରାଣିକ ମାନ୍ୟତା ଅନୁସାରେ ଶ୍ରବଣମାସ ଭଗବାନ ଶିବଙ୍କୁ ସମର୍ପଣ କରାଯାଇଛି l ମାନ୍ୟତା ରାହିଛି ଯେ ଶ୍ରବଣମାସ ସୋମବାରରେ ଯଦି କୌଣସି ବ୍ୟକ୍ତି ଶିବଙ୍କ ନାମ ସହିତ ଜ୍ୟୋତିର୍ଲିଙ୍ଗ ମାନଙ୍କର ନାମ ଜପ କରେ ତାହେଲେ ତାର ସମସ୍ତ ପାପ ନଷ୍ଟ ହୁଏ ଓ ତାର ପରିବାର ସୁଖଶାନ୍ତିରେ ଜୀବନ ଅତିବାହିତ କରନ୍ତି l ପୁରାଣରେ ବର୍ଣ୍ଣିତ ହୋଇଛି ଯେ ଯଦି ଆମେ ଶିବଙ୍କୁ ଧ୍ୟାନ କରି ସନ୍ତୁଷ୍ଟ କରିପାରୁଛେ ତେବେ ତାଙ୍କ ଆଶୀର୍ବାଦରୁ ଆମର ସମସ୍ତ ଇଛା ପୁରଣ ହେବ l ଶିବ ପୁରାଣରେ ବାରଗୋଟି ଜ୍ୟୋତିର୍ଲିଙ୍ଗ ବିଷୟରେ କୁହl ଯାଇଛି l ସେଥିମଧ୍ୟରୁ ଗୋଟିଏ ହେଲା ସୋମନାଥ ଜ୍ୟୋତିର୍ଲିଙ୍ଗ l
ସୋମନାଥ ଜ୍ୟୋତିର୍ଲିଙ୍ଗ ହେଉଛି ପ୍ରଥମ ଜ୍ୟୋତିର୍ଲିଙ୍ଗ l ଏହା ଗୁଜୁରାଟର କଠିୟlବାଡା ସ୍ଥିତ ପ୍ରଭାସର ବିରାଜ ମାନ l ଏକ ପୌରାଣିକ କଥା ଅନୁସାରେ ମହାଭାରତ ଯୁଧ୍ୟ ପରେ ଭଗବାନ ଶ୍ରୀକୃଷ୍ଣ ନିଜର ନରଲୀଳା ସମାପ୍ତ କରିଥିଲେ l କୁହାଯାଏ ଯେ ସୋମନାଥ ଜ୍ୟୋତିର୍ଲିଙ୍ଗ ସ୍ଥାପନ ସ୍ୱୟଂ ଚନ୍ଦ୍ରମା କରିଥିଲେ l ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରମାଙ୍କର ବିଶେଷ ମହତ୍ୱ ରହିଛି l ଚନ୍ଦ୍ରମାଙ୍କ ଦ୍ୱାରା ଏହି ଶିବଲିଙ୍ଗ ସ୍ଥାପିତ ହୋଇଥିବା କାରଣରୁ ଏହାକୁ ସୋମନାଥ ଜ୍ୟୋତିର୍ଲିଙ୍ଗ କୁହାଯାଏ l
ପୌରାଣିକ କଥା ଅନୁସାରେ ଚନ୍ଦ୍ରମାଙ୍କୁ ମିଳିଥିଲା ଅଭିଶାପରୁ ମୁକ୍ତି –
ପୁରାଣରେ କୁହାଯାଇଛି ଯେ ପ୍ରଜାପତି ଦକ୍ଷ ନିଜର ୨୭ ଟି କନ୍ୟାଙ୍କୁ ଚନ୍ଦ୍ରମାଙ୍କ ସହିତ ବିବାହ କରାଇଥିଲେ l ଦକ୍ଷଙ୍କର ସମସ୍ତ କନ୍ୟାମାନଙ୍କ ଭିତରୁ ରୋହିଣୀ ସବୁଠୁ ଅଧିକ ସୁନ୍ଦରୀ ଥିଲେ l ଚନ୍ଦ୍ରମା ତାଙ୍କର ୨୭ ଟି ପତ୍ନୀ ମାନଙ୍କ ମଧ୍ୟରୁ ରୋହିଣୀଙ୍କ ଅଧିକ ଭଲ ପାଉଥିଲେ l ଏହି କଥାକୁ ନେଇ ଦକ୍ଷଙ୍କର ଅନ୍ୟ କନ୍ୟାମାନେ ରୋହିଣୀଙ୍କ ସହିତ ଶତ୍ରୁତା କରି ବସିଲେ ,ଏହି କଥା ଦକ୍ଷଙ୍କ ଜଣl ପଡିଲା l ଏହା ପରେ ଦକ୍ଷ କ୍ରୋଧିତ ହୋଇ ଚନ୍ଦ୍ରମାଙ୍କୁ ଅଭିଶାପ ଦେଲେ ଯେ ତମେ ଧୀରେଧୀରେ କ୍ଷୀଣ ହୋଇଯାଅ l ଏହି ଅଭିଶାପରୁ ମୁକ୍ତି ପାଇବାପାଇଁ ଭଗବାନ ବ୍ରହ୍ମା ଚନ୍ଦ୍ରମାଙ୍କୁ ପ୍ରଭାସର ଶିବଙ୍କୁ ତପସ୍ୟା କରିବା ପାଇଁ କହିଲେ l
ଚନ୍ଦ୍ରମା ପ୍ରଭାସର ତପସ୍ୟା କରି ସେଠାରେ ସୋମନାଥ ଜ୍ୟୋତିର୍ଲିଙ୍ଗ ସ୍ଥାପନ କରି ପୂଜା କରିବାକୁ ଲାଗିଲେ l ତାଙ୍କର କଠୋର ତପସ୍ୟାରେ ଶିବ ସନ୍ତୁଷ୍ଟ ହୋଇ ତାଙ୍କୁ ଅଭିଶାପ ମୁକ୍ତ କଲେ ଏବଂ ଅମରତ୍ବ ବର ପ୍ରଦାନ କଲେ l ଶିବଙ୍କ ବରଦାନ ପାଇ ଚନ୍ଦ୍ରମା ପୂର୍ବପରି ତାଙ୍କର ଆଲୋକ ଫେରି ପାଇଲେ l ଶିବଙ୍କୁ ଚନ୍ଦ୍ରମା ଅନୁରୋଧ କଲେ ଯେ ଆପଣ ମତl ପାର୍ବତୀଙ୍କ ସହିତ ଏହି ସୋମନାଥ ଜ୍ୟୋତିର୍ଲିଙ୍ଗ ଅବସ୍ଥାନ କରନ୍ତୁ l ସେହି ଦିନଠାରୁ ଭବନ ଶିବ ସୋମନାଥଙ୍କ ରୂପରେ ଜ୍ୟୋତିର୍ଲିଙ୍ଗ ଭାବେ ବିରାଜମାନ କରିଛନ୍ତି l
