Odisha news

ଶିକ୍ଷୟତ୍ରୀଙ୍କ ସହ ପ୍ରେମ ସେକ୍ସ ଧୋକା ପରେ ଶିକ୍ଷକ ଗିରଫ ହେଲେ

0

ବାସୁଦେବପୁର : ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର କିସ୍ମତ କୃଷ୍ଣପୁର ଗ୍ରାମର ଶିକ୍ଷକ ଚକ୍ରଧର ସେଠୀ ନାମକ ଶିକ୍ଷକ ଜଣେ ଶିକ୍ଷୟତ୍ରୀ ସହିତ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ଶାରିରୀକ ସମ୍ପର୍କ ରଖିବା ପରେ ଶିକ୍ଷତ୍ରୀଙ୍କର ଅନ୍ୟତ୍ର ବିବାହ ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଶାଶୁଘରକୁ ପଠାଇ ଭାଇରାଲ କରିବା ଅଭିଯୋଗରେ ଶିକ୍ଷକ ନାୟକାଣୀଡିହି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । କିସ୍ମତ କୃଷ୍ଣପୁର ଗ୍ରାମର ଶିକ୍ଷକ ଚକ୍ରଧର ସେଠୀ ନଟିଆପାଳ ସ୍ଥିତ ମଧୁସୂଦନ ନୋଡାଲ ସ୍କୁଲରେ ଥିବା ବେଳେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଚଳିତ ମାସ ଶିକ୍ଷୟତ୍ରୀଙ୍କର ସିମୁଳିଆ ଅଞ୍ଚଳରେ ଜଣେ ଯୁବକଙ୍କ ସହିତ ବିବାହ ହୋଇଥିଲା ।

ଶିକ୍ଷକ ଚକ୍ରଧର ସେଠୀ ଶିକ୍ଷୟତ୍ରୀଙ୍କ ସହିତ ପୂର୍ବରୁ ରଖିଥିବା କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଶିକ୍ଷୟତ୍ରୀଙ୍କ ସ୍ୱାମୀଙ୍କ ନିକଟକୁ ପଠାଇ ଦେଇଥିଲେ । ନବ ବିବାହିତା ଶିକ୍ଷୟତ୍ରୀଙ୍କୁ ତାଙ୍କ ସ୍ୱାମୀ ଶଶୁର ଘରେ ଛାଡିଦେବା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଶିକ୍ଷୟତ୍ରୀଙ୍କ ଅଭିଯୋଗ କ୍ରମେ ନାୟକାଣୀଡିହି ପୋଲିସ ଶିକ୍ଷକ ଚକ୍ରଧର ସେଠୀଙ୍କୁ ଗିରଫ କରି ପଚରା ଉଚରା ଚଳାଇଛି । ନାୟକାଣୀଡିହି ଥାନାର କେଶ ନମ୍ବର-୭୪/୨୦ ବଳରେ ଆଜି ଡାକ୍ତରୀ ମଇନା ପାଇଁ ବାସୁଦେବପୁର ପଠାଇଥିଲେ । ଅନ୍ୟ ପକ୍ଷରେ ଶିକ୍ଷୟତ୍ରୀଙ୍କୁ ଡାକ୍ତରୀ ମଇନା ପାଇଁ ପୋଲିସ ମେଡିକାଲକୁ ପଠାଇଥିବାର ଜଣାଯାଇଛି । ରସିକିଆ ଶିକ୍ଷକଙ୍କର ପ୍ରଥମେ ପ୍ରେମ ପରେ ସେକ୍ସ ଓ ଧୋକା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

Nalco
Leave A Reply