Odisha news

ପଥର ଖାଦାନରେ ଶକ୍ତିଶାଳୀ ବ୍ଲାଷ୍ଟିଂଗ: ପଦ୍ମପୁର ଗ୍ରାମବାସୀ ଆତଙ୍କିତ !

0

ବଇଣ୍ଡା : କିଶୋରନଗର ବ୍ଲକ ଆମ୍ବପାଳ ପଂଚାୟତ ଅନ୍ତର୍ଗତ ବୃନ୍ଦାବନପୁର ମୈାଜା ର ମୟୁରଚୂଳିଆ ପର୍ବତ ରେ ଆଜି ପୂର୍ବାହ୍ନ ରେ ଶକ୍ତିଶାଳୀ ବିସ୍ଫୋରକ ଦ୍ରବ୍ୟ ବ୍ୟବହାର କରାଯାଇ ପଥର ଫଟା ଯାଇଥିବା କୁ ନେଇ ପଦ୍ମପୁର ଗ୍ରାମ ଅଧିବାସୀ ଆତଙ୍କି ତ ହୋଇପଡିଛନ୍ତି । ଜନ ଅସନ୍ତୋଷ ଆନେ୍ଦାଳନ ଆଡକୁ ମୁଁହାଁଉଛି । ମୟୁରଚୂଳିଆ ପାହାଡ ନିକଟ ରେ ଗାୟତ୍ରୀ ଠିକା ସଂସ୍ଥା ଏକ ଷ୍ଟୋନ କ୍ରସର ସ୍ଥାପନ କରିଛି । ଏହି ଷ୍ଟୋନ କ୍ରସର କୁ ପଥର ଯୋଗାଇବାପାଇଁ ଠିକାସଂସ୍ଥା ପ୍ରତ୍ୟହଃ ଶକ୍ତିଶାଳୀ ବିସ୍ଫୋରକ ଦ୍ରବ୍ୟ ବ୍ୟବହାର କରି ବ୍ଲାଷ୍ଟିଂଗ କରୁଛି । ବିସ୍ଫୋରଣ ରେ ଘର କାନ୍ଥ ଫାଟି ଜିବାସହିତ ପଥର ଖଣ୍ଡ ଉଡି ଆସି ଘର ଉପରେ ପଡୁଥିବା ଅଭିଯୋଗ ପଦ୍ମପୁର ଗ୍ରାମର ସଭାପତି ମନୋରଂଜନ ସ୍ୱାଇଁ , ସହରାନନ୍ଦ ସ୍ୱାଇଁ , ରବି ପାତ୍ର ଏବଂ ଅମର ଦେହୁରୀ କରିଛନ୍ତି ।

ଏ ନେଇ ବାରମ୍ବାର ଗ୍ରାମବାସୀ କିଶୋର ନଗର ବ୍ଲକ ଅଫିସ ତହସିଲ ଅଫିସ ଏବଂ ଅନୁଗୋଳ ଜିଲ୍ଲାପ୍ରଶାସନ ଅଫିସ ଠାରେ କରିଆସୁଥିଲେ ବି କୈଣସି ସୁଫଳ ମିଳୁ ନଥିବା ଜଣାଯାଇଛି । ଆଜି ଲଗାତାର ବ୍ଲାଷ୍ଟିଂଗ ଯୋଗୁଁ ଆତଙ୍କିତ ଗ୍ରାମବାସୀ ଘରୁ ବାହାରି ଗାଁ ବାହାରକୁ ଚାଲିଯାଇଥିବା ଦେଖାଯାଇଥିଲା । ବରିଷ୍ଟ ନାଗରିକ ମାନେ ଗାଁ ବାହାରକୁ ଯାଇ ନପାରି ଗାଁଦାଣ୍ଡରେ ବସିରହିଥିଲେ । ଗୃହପାଳିତ ପଶୁ ଏଣେ ତେଣେ ଧାଇଁ ଥିଲେ । ଖବର ପାଇ ଆଜି ଆଠମଲ୍ଲିକ ସାମ୍ବାଦିକ ସଂଘ ର ଏକ ପ୍ରତିନିଧି ଦଳ ପଦ୍ମପୁର ଗାଁ କୁ ଗସ୍ତକରି ତଥ୍ୟ ସଂଗ୍ରହ କରି ଫେରିଛନ୍ତି । ଶକ୍ତିଶାଳୀ ବିସ୍ଫୋରକ ଦ୍ରବ୍ୟ ବ୍ୟବହାର କରି ବ୍ଲାଷ୍ଟିଂଗ ବନ୍ଦ କରାନଗଲେ ଆନେ୍ଦାଳନାତ୍ମକ ପନ୍ଥା ଅବଲମ୍ବନ କରାଜିବ ବୋଲି ଆାଜି ସଂଦ୍ଧ୍ୟାରେ ଗ୍ରାମରେ ଅନୁଷ୍ଟିତ ବୈଠକ ରେ ନିଷ୍ପତି ହୋଇଛି ।

Leave A Reply