Odisha news

କ୍ୱାରେଣ୍ଟାଇନ୍‍ ସେଣ୍ଟରରୁ ଚୋରୀ ଅଭିଯୋଗରେ ପ୍ରବାସୀ ଓଡିଆଙ୍କ ରାସ୍ତା ଅବରୋଧ

0

ବାସୁଦେବପୁର : ଭଦ୍ରକ ଜିଲ୍ଲାର ବାସୁଦେବପୁର ତୃପ୍ତି ମହିଳା କଲେଜ ପରିସର ମଧ୍ୟରେ ପୌରପାଳିକା ଦ୍ୱାରା ଚାଲିଆସୁଥିବା କ୍ୱାରେଣ୍ଟାଇନ୍‍ ସେଣ୍ଟର ମଧ୍ୟରୁ ଗତକାଲି ବିଳମ୍ବିତ ରାତ୍ରୀରେ ଚୋରୀ ହେବାର ଅଭିଯୋଗ କରି ପ୍ରବାସୀ ଓଡିଆମାନେ ସକାଳ ଠାରୁ ଦୀର୍ଘ ସମୟ ଧରି ମହିଳା କଲେଜ ଛକରେ ରାସ୍ତା ଅବରୋଧ କରିଥିଲେ । ତୃପ୍ତି ମହିଳା କଲେଜ ପରିସର ମଧ୍ୟରେ ପୌରପାଳିକା ପକ୍ଷରୁ କ୍ୱାରେଣ୍ଟାଇନ୍‍ ସେଣ୍ଟର ୨୫ ଜଣ ପ୍ରବାସୀ ଓଡିଆ ରହୁଛନ୍ତି । ପୌରପାଳିକାର ଅପାରଗତା ପାଇଁ ଅବ୍ୟବସ୍ଥା ଯୋଗୁଁ ବିଭିନ୍ନ ସମୟରେ ଏହି ସେଣ୍ଟରରେ ଅଭିଯୋଗ ହେଉଛି । ଏଠାରେ ଦାୟିତ୍ୱରେ ଥିବା ପୌର କର୍ମଚାରୀ ମାନଙ୍କ ପାଇଁ ତୀର୍ଥ ସ୍ଥାନ ପାଲଟିଛି । ଡିଟ୍ୟୁ ନାମରେ ବୁଲି ବୁଲି ଦରମା ନେଉଛନ୍ତି ହେଲେ ଏଠାରେ ରହୁନଥିବାର ପ୍ରବାସୀ ଓଡିଆମାନେ ଅଭିଯୋଗ କରୁଛନ୍ତି । ଅଭାବ ଅସୁବିଧା କାହାକୁ ଜଣାଇବାକୁ ନାହିଁ । ନୋଡାଲ ଅଫିସର ଦାୟିତ୍ୱରେ ଥିବା ସର୍ବେଶ୍ୱର ବେହେରା ପଚାରିବାରୁ ସେ କହିଲେ ଆମେ ରହୁନାହୁଁ ସତ ମଝିରେ ମଝିରେ ବୁଲିକି ଯାଉଛୁ । ଗତକାଲି ବିଳମ୍ବିତ ରାତ୍ରିରେ ଚୋର ପସି ଦୁଇଟି ମୋବାଇଲ ଓ ବ୍ୟାଗରୁ ନଗଦ ୧୦ ହଜାର ଟଙ୍କା ନେଉଥିବା ବେଳେ ପ୍ରବାସୀ ଓଡିଆମାନେ ଉଠିପଡି ପାଟି କରିବାରୁ ଚୋର ନେଇ ଚମ୍ପଟ ମାରିଥିଲା । ରାତ୍ରିରେ ପ୍ରବାସୀମାନେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫୋନ୍‍ ଯୋଗେ ଯୋଗାଯୋଗ କରିବାରୁ ଫୋନ୍‍ ସୁଇଚ୍‍ ଅପ ଥିଲା ବୋଲି କହିଥିଲେ ପ୍ରବାସୀ ଓଡିଆମାନେ । ଚୋରୀ ହୋଇଥିବା ନଗଦ ଅର୍ଥ ଓ ମୋବାଇଲ ଦାବୀ କରି ମହିଳା କଲେଜ ଛକରେ ରାସ୍ତା ଅବରୋଧ କରିଥିଲେ । କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ରଞ୍ଜନ ଜେନା ପ୍ରବାସୀଙ୍କୁ ବୁଝାସୁଝା କରି ରାସ୍ତାରୁ ଉଠାଇ ନେବାରୁ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲ

Nalco

Leave A Reply