Odisha news

ସଟ୍ ଡାଉନରେ ଆହାର କେନ୍ଦ୍ର କୁ ଅସୁ ନାହାଁନ୍ତି ଲୋକେ

0

କେନ୍ଦ୍ରାପଡା : ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସଟ୍ ଡାଉନ ଗୋଷଣା କରାଯାଇଛି । ଅତ୍ୟାବଶ୍ୟକ ସେବାସଂସ୍ଥାକୁ ଛାଡିଦେଲେ ଅନ୍ୟ ସମସ୍ତ ଯାତାୟତ ଓ ଚଳାଚଳ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ପୋଲିସ ପକ୍ଷରୁ ଏହାକୁ କଡାକଡି ଭାବେ ପାଳନ କରାଯାଉ ଥିବାରୁ ଏହାର ପ୍ରଭାବ ଆହାର କେନ୍ଦ୍ର ଉପରେ ପଡିଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ମୁଖ୍ୟ ଚିକିସôାଳୟ ପରିସରେ ଖୋଲା ଯାଇଥିବା ଆହାର କେନ୍ଦ୍ରରେ ଦୈନିକ ୫୦୦ ମଧ୍ୟାହ୍ନ ଭୋଜନ ଓ ୨୦୦ ରାତ୍ରୀ ଭୋଜନ ପ୍ରସ୍ତୁତ କରିବା ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ ଖାଦ୍ୟ ଗ୍ରହଣ କରିବାକୁ ଲୋକଙ୍କର ଅଭାବ ଦେଖିବାକୁ ମିଳୁଛି । ଦିନବେଳା ଏହି ଆହାର କେନ୍ଦ୍ର ଫାଙ୍କା ରହୁଥିବା ଓ ଗହଳିଚହଳି ନଥିବା ଫଳରେ ପ୍ରକୃତ ପରିମାଣର ଭୋଜନ ପ୍ରସ୍ତୁତ କରାଯାଉଛି କି ନାହିଁ ସନେ୍ଦହ ସୃଷ୍ଟି କରୁଛି ।

Leave A Reply