Odisha news

କେନ୍ଦ୍ରାପଡାରେ ହ୍ରାସ ପାଉଛି ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା

0

କେନ୍ଦ୍ରାପଡା : ଓଡିଶାରେ ସମସ୍ତ କଟକଣା ସତ୍ୱେ କରୋନା ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ସକ୍ରୀୟ ରୋଗୀଙ୍କ ସଂଖ୍ୟା କମୁ ଥିବାର ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ରବିବାର ଦିନ ଦୁଇ ଜଣ ସଂକ୍ରମିତ ହୋଇଥିବା ବେଳେ ୫ଜଣ କରୋନା ରୋଗୀ ସୁସ୍ଥ ହୋଇ ଥିବାର ଜଣା ପଡିଛି । ଅପରପକ୍ଷରେ କେନ୍ଦ୍ରାପଡା ଜିଲ୍ଲାରେ ୨୯୮ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରବିବାର ସଂନ୍ଧ୍ୟା ସୁଦ୍ଧା ୨୭ ଜଣ ରୋଗୀ ସକ୍ରୀୟ ଥିବାର ସୂଚନା ମିଳିଛି । ତେବେ ଜିଲ୍ଲାରେ ସକ୍ରୀୟ ରୋଗୀଙ୍କ ସଂଖ୍ୟା କମୁଥିଲେ ମଧ୍ୟ ଜିଲ୍ଲାବାସୀ ମାନେ ସମସ୍ତ କଟକଣା ମାନି ମାସ୍କ ବ୍ୟବହାର, ସାମାଜିକ ଦୂରତା ରଖିବା ଏବଂ ହାତ ଧୋଇବା ସହିତ ସତର୍କତା ଅବଲମ୍ବନ କରିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ବର୍ମା ଜିଲ୍ଲାବାସୀଙ୍କୁ ଚେତାଇ ଦେଇଛନ୍ତି । ତେବେ ସଂକ୍ରମଣ ବଢିବା ଓ କମିବା ରେ ଆନନ୍ଦିତ ନହୋଇ ସମସ୍ତ ସତର୍କତା ଅବଲମ୍ବନ କରି ଚଳିବା ପାଇଁ ସୂଚନା ଦେଇଛନ୍ତି । ତେବେ ରବିବାର ସୁଦ୍ଧା ଜିଲ୍ଲାକୁୁ ୪୩,୭୮୨ ଜଣ ପ୍ରବାସୀ ଫେରି ଆସିଥିବା ଜଣା ପଡିଛି । ତେବେ ସଂକ୍ରମଣର ହାର ଜିଲ୍ଲାରେ କମ୍ ଥିବାବେଳେ ଭବିଷ୍ୟତ ପାଇଁ ସର୍ତକ ହୋଇ ଚଳିବାକୁୁ ଜିଲ୍ଲାପାଳ ସୂଚାଇ ଦେଇଛନ୍ତି ।

Leave A Reply