ଖୋର୍ଦ୍ଧା,୧୨ା୭(ସ.ବୁ୍ୟ): ଖୋର୍ଦ୍ଧା ଆଦର୍ଶଥାନାରେ ରବିବାର ଗୋଟିଏ ଦିନରେ ୩ଗୋଟି ଅପମୃତୁ୍ୟ ମାମଲା ରୁଜୁ କରାଯାଇ ଜଣେ ଅପରିଚିତ ବୃଦ୍ଧଙ୍କ ସମେତ ୩ଜଣଙ୍କର ଶବ ବ୍ୟବଛେଦ କରାଯାଇଛି । ସୂଚନାଅନୁସାରେ, ଗତକାଲି ଟାଙ୍ଗିଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥରେ ଜଣେ ୬୦ବର୍ଷ ରୁ ଉଦ୍ଧ୍ୱର୍ ର ଜଣେ ଅପରିଚିତ ବୃଦ୍ଧ ରାସ୍ତା ପାଶ୍ୱର୍ରେ ପଡିଥିବାବେଳେ କିଛି ଦେଖଣାହାରୀଙ୍କ ସହାୟତାରେ ତାଙ୍କୁ ପ୍ରଥମେ ବାଲୁଗାଁ ଓ ପରେ ଅବସ୍ଥା ଗୁରୁତର ହେବାରୁ ୧୦୮ଯୋଗେ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅନୂରୂପଭାବେ ନୟାଗଡ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ନାଟଣା ଗ୍ରାମର ଭାଷ୍କର ପ୍ରଧାନଙ୍କ ପୁଅ କାହ୍ନୁଚରଣ ପ୍ରଧାନ (୨୪) ଛାତିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ପ୍ରଥମେ ନୟାଗଡ ଓ ପରେ ଖୋର୍ଦ୍ଧା ମେଡିକାଲ କୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ନୟାଗଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଚମ୍ପାଗଡ ଗ୍ରାମର ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ପତ୍ନୀ ମାହାଲି ସେଠୀ(୬୦) ଘରେ ଶୋଇଥିବାବେଳେ ତାଙ୍କୁ ଏକ ବିଷଧର ସାପ କାମୁଡିଥିଲା । ପରିବାର ଲୋକେ ତାଙ୍କୁ ପ୍ରଥମେ ଟାଙ୍ଗି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।
ଅବସ୍ଥା ଗୁରୁତର ହେବାରୁ ମାହାଲିଙ୍କୁ ରବିବାର ସକାଳୁ ଖୋର୍ଦ୍ଧା ଡାକ୍ତରଖାନା କୁ ଅଣାଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ୩ଟି ଘଟଣାରେ ଆଦର୍ଶଥାନା ପୁଲିସ ଯଥାକ୍ରମେ ୪୨,୪୩ ଓ ୪୪/୨୦୨୦ରେ ତିନୋଟି ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଛେଦ କରିଥିବା ଜଣାଯାଇଛି । ଏହି ଘଟଣାରେ ଏସଆଇ ଅନୁଭା ଦାସ ଓ କମଳିନି ତାଣ୍ଡି ଏବଂ ଅଶୋକ ରଥ ଙ୍କୁ ତଦନ୍ତ ଭାର ଦିଆଯାଇଥିବା ଥାନା ଅଧିକାରୀ ଉମାଶଙ୍କର ସିଂ କହିଛନ୍ତି ।