Odisha news

ଖୋର୍ଦ୍ଧା : ଖୋଲିଲା କରୋନା ରାପିଡ ଟେଷ୍ଟ ସେଂଟର

0

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟରେ ଆଜି କରୋନା ରାପିଡ ଟେଷ୍ଟ ସେଂଟର ଖୋଲିଛି । ଏହି ସେଂଟରକୁ ଜିଲ୍ଲା ଚିକିତ୍ସ୍ୟା ଅଧିକାରୀ ତଥା ସୁପରିଟେଣ୍ଡେଂଟ ଖୋର୍ଦ୍ଧା ମେଡିକାଲ ଡା.ରଘୁନାଥ ନାୟକ ଉଦଘାଟନ କରିଥିଲେ । ଆଜି ପ୍ରଥମ ଦିନରେ ୧୦ଜଣ ଙ୍କର ସ୍ୱା ନମୁନା ପରୀକ୍ଷା କରାଯାଇଛି । ପ୍ରାଥମିକ ଭାବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୫୦ଟି ରାପିଡ ଟେଷ୍ଟ କିଟ ମୁଖ୍ୟ ଚିକିତ୍ସ୍ୟାଳୟକୁ ପ୍ରଦାନ କରାଯାଇଥିବାବେଳେ ଦନୈକ ୧୫ ରୁ ୨୦ଜଣ ବ୍ୟକ୍ତିଙ୍କର ସ୍ୱାବ ନମୁନା ପରୀକ୍ଷା କରାଯିବ ବୋଲି ସହକାରୀ ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୁମ୍ନ କୁମାର ମିଶ୍ର ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ଜୀବନ୍ତ କୁମାର ଆଚାର୍ଯ୍ୟ, ହସ୍ପିଟାଲ ମ୍ୟାନେଜର ଡା.ମିରା ଲେଙ୍କା, ଲଭଲି ଦାସ, ଶୁଭ୍ରଜ୍ୟୋତି ଷଡଙ୍ଗୀ, ରୋକେୟା ମମତାଜ, ତାପସ ରାୟ ପ୍ରମୁଖ ଉପସ୍ଥିତଥିଲେ ।

Leave A Reply