Odisha news

ମୟୂରଭଞ୍ଜରେ ୩୦୦ ଟପିଲା କରୋନା : ଜୁଲାଇ ୩୧ ପର୍ଯ୍ୟନ୍ତ ସମସ୍ତ ହାଟ ବନ୍ଦ

0

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗୁରୁବାର ଜିଲ୍ଲାରେ କରୋନା ସଂଖ୍ୟା ୩୦୦ ଟପିଛି । ଅପରପକ୍ଷରେ ଦୃତଗତିରେ କରୋନା ସଂଖ୍ୟା ବୃଦ୍ଧି ହେଉଥିବା ଦେଖି ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାର ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ହେଉଥିବା ସମସ୍ତ ସାପ୍ତାହିକ ହାଟକୁ ଜୁଲାଇ ୩୧ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦେବା ପାଇଁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ କଡା ନିଦେ୍ର୍ଦଶ ଦେଇଛନ୍ତି ।

ଗୁରୁବାର ନୂଆ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ କରୋନା ସଂଖ୍ୟା ୩୦୪ରେ ପହଞ୍ଚିଛି । ନୂଆ ଚିହ୍ନଟଙ୍କ ମଧ୍ୟରେ ବେତନଟୀ, ଖୁଣ୍ଟା, କପ୍ତିପଦା, ଶୁକୃଳି, ଯଶିପୁର, ବିଜାତଳା ବ୍ଲକରୁ ଦୁଇଜଣ ଲେଖାଏଁ ଏବଂ ବଡସାହି ଓ ଶ୍ୟାମାଖୁଣ୍ଟା ବ୍ଲକରୁ ଜଣେ ଲେଖାଏଁ କରୋନା ଚିହ୍ନଟ ହୋଇଛନ୍ତି । ଗୁରୁବାର ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରେ ୯ଜଣ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ରହୁଥିବାବେଳେ ୪ଜଣ ସ୍ଥାନୀୟ ଓ ଜଣେ କରୋନା ଯୋଦ୍ଧା ବୋଲି ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ୩୦୪ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୧୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୮୯ଜଣ ବର୍ତ୍ତମାନ ସୁଦ୍ଧା ଚିକିତ୍ସା ହେଉଛନ୍ତି ।

Leave A Reply