ବିରିଡି, ୦୫ା୦୭ ; ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ବିରିଡି ବ୍ଲକ ଉତରଶାସନ ଗ୍ରାମ ପଂଚାୟତର ମହାବୀର ଯାତ୍ରା କମିଟି ପକ୍ଷରୁ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବୀ ସୁଜିତ କୁମାର ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉତରଶାସନ ଟିଏମସିକୁ କୋଭିଡ-୧୯ ନିୟମାନୁସାରେ ଦକ୍ଷତାର ସହିତ ସୁପରିଚାଳନା କରୁଥିବା ଶିଳ୍ପା ସାହୁ, ସମିତି ସଭ୍ୟା ତଥା ବ୍ଲକ ଉପାଧକ୍ଷା ଗିତାଂଜଳୀ ସାହୁ, ଶିକ୍ଷକ ଜୟଦେବ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମି ରେଣୁବାଳା ନାୟକ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ରାଉତ, ଜିଆରଏସ ଉମାକାନ୍ତ ରଥ, ସମାଜସେବୀ ଶ୍ରୀଧର ସାହୁ, ଧୃବ ଚରଣ ଭୋଇ ସମେତ ୮ ଜଣ ଅଙ୍ଗନଓାର୍ଡି କର୍ମି, ୩ ଜଣ ଆଶା କର୍ମି ଓ ୩ ଜଣ ସୁରକ୍ଷା କର୍ମିଙ୍କୁ ସମ୍ବଦ୍ଧନା ଦିଆଯାଇଥିଲା ।
ସେହିପରି ଅନ୍ୟତମ କରୋନା ଯୋଦ୍ଧା ଭାବେ ଯୁବ ସାମ୍ବାଦିକ ବସନ୍ତ କୁମାର ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଯାତ୍ରା କମିଟିର ସଦସ୍ୟ ତଥା ଉପସଭାପତି ଅରୁଣ କୁମାର ଓତା, ସମ୍ପାଦକ ସଂବିତ ଦାଶ, କୋଷାଧକ୍ଷ ପ୍ରଭାତ ନାୟକ, ବାଲୁକା ଶିଳ୍ପି ନାରାୟଣ ବେହେରା, ଦେବାଶିଶ୍ ଦାଶ, ଦେବେନ୍ଦ୍ର ଦାଶ, ରାହୁଲ ନାୟକ, ବୁଧ ଦେବ ସାହୁ, ବିଶ୍ୱନାଥ ସାହୁ, ବାବନ କୁମାର ଦାଶ, ବିଶ୍ୱନାଥ ସାହୁ, ଗଙ୍ଗାଧର ସାହୁ, ସୂର୍ଯ୍ୟ ନାରାୟଣ ବେହେରା, ସୌମ୍ୟ ରଂଜନ ବେହେରା, ଦେବେନ୍ଦ୍ର ସାହୁ, ସୋମନାଥ ସାହୁ, ସୌମ୍ୟ ରଂଜନ କର, ରଥ ବେହେରା ପ୍ରମୁଖ ଉପସ୍ଥିତ ରହି କରୋନା ଯୋର୍ଦ୍ଧା ମାନଙ୍କୁ ଓତରିୟ ଦେଇ ସମ୍ବଦ୍ଧିତ କରିଥିଲେ ।
