ରଣପୁର : ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ର ମୟୁରଝାଲିଆ ଗ୍ରାମ ପଂଚାୟତରେ ବିଭିନ୍ନ ଜନକଲ୍ୟାଣ ଯୋଜନା ପାଇଁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ଠିକ୍ ଭାବେ କାର୍ଯ୍ୟକାରୀ ନ ହୋଇ ଫଲ୍ସ୍ବିଲ୍ କରି ବ୍ୟାପକ ଆର୍ଥିକ ଅନିୟମିୟତା ହୋଇ ହେର ଫେର କରାଯାଉଥିବା ନେଇ ମୟୁରଝାଲିଆ ଗ୍ରାମ ପଂଚାୟତର ୱାର୍ଡ ମେମ୍ବର ଓ ଗ୍ରାମବାସୀ ନୟାଗଡ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଉପଜିଲ୍ଲାପାଳ ଲଗ୍ନଜିତ୍ ରାଉତ ମଣ୍ଡଳ ଉନ୍ନୟନ ଅଧିକାରୀ ଏବଂ ପଂଚାୟତ ଅଧିକାରୀଙ୍କୁ ଆର୍ଥିକ ଅନିୟମିୟତାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତା.୧୯/୦୬/୨୦୨୦ ରେ ଏକ ଚିଠି କରିଥିଲେ । ଏହି ଚିଠିକୁ ବ୍ଲକ୍ ପ୍ରଶାସନ ଚାପି ଦେଇଥିଲା ବେଳେ ସ୍ଥାନୀୟ ଗ୍ରାମବାସୀ ଓ ୱାର୍ଡ ସଭ୍ୟମାନେ ବ୍ଲକ୍ ସମ୍ମୁଖରେ ଧାରଣା ଦେବେ ବୋଲି ଜାଣିବା ପରେ ନୟାଗଡ ଜିଲ୍ଲା ଉପଖଣ୍ଡ ପଂଚାୟତ ଅଧିକାରୀ ମନୋରଂଜନ ମହାନ୍ତି ଜୁନ୍ ୩୦ ତାରିଖରେ ତଦନ୍ତ କରି ଫେରିଥିବା ଜଣା ପଡିଛି ।
ତେବେ ଆର୍ଥିକ ଅନିୟମିୟତା ରେ ଥିଲା ପଂଚାୟତରେ ଲାଗିଥିବା ଷ୍ଟ୍ରିଟ୍ ଲାଇଟ୍ ପାଇଁ ପଂଚାୟତ ବୈଠକର ବିନା ଆପୃଭାଲରେ କାର୍ଯ୍ୟ କରାଯାଇଅଛି ଏବଂ ଯେଉଁ ଅର୍ଥ ୫ଲକ୍ଷ ୩୫ହଜାର ଟଙ୍କା ଖର୍ଚ୍ଚ କରାଯାଇଅଛି ସେଥିପାଇଁ ଯେଉଁ ବିଲ୍ ଭାଉଚର୍ ପ୍ରଦାନ କରାଯାଇଛି ତାହା ବିନା ଜି.ଏସ୍.ଟି ର ଡୁପ୍ଲିକେଟ ବିଲ୍, ପିଠା କାର୍ଯ୍ୟକ୍ରମ ସହ କରୋନା ମୁକାବିଲା ପାଇଁ ଆସୁଥିବା ଅର୍ଥ ବ୍ୟୟର ଗ୍ରାମ ପଂଚାୟତ ବୈଠକରେ ଆଲୋଚନା ହେଉନାହିଁ ଓ ଦୀର୍ଘମାସ ହେଲା ୱାର୍ଡ ମେମ୍ବର ମାନଙ୍କୁ ସେମାନଙ୍କର ବୈଠକ ଖର୍ଚ୍ଚ ଦିଆଯାଉନାହିଁ ଏବଂ ସରପଂଚ ୱାର୍ଡ ସଭ୍ୟଙ୍କ ଅନୁପସ୍ଥିତିରେ ସମସ୍ତ କାର୍ଯ୍ୟ କରି ମନଇଛା ବିଲ୍ କରନ୍ତି ଏବଂ ପଂଚାୟତରେ ଥିବା ପୁରୁଣା ଜିନିଷକୁ ନିଲାମ ନ କରି ସରପଂଚ ନିଜେ ବିକ୍ରି କରିବା, ପଂଚାୟତ ପିଅନ କୁ ୧ ବର୍ଷରୁ ଉର୍ଦ୍ଧ ଦରମା ପ୍ରଦାନ ନ କରିବା ଆଦି ଅଭିଯୋଗ ହେଉଥିଲା ଏବଂ ତଦନ୍ତ ସମ୍ପର୍କେ ଉପସ୍ଥିତ ଥିବା ଗଣମାଧ୍ୟମଙ୍କ ପ୍ରଶ୍ନକୁ ଚାଲାକ୍ ର ସହ ଏଡାଇ ଯାଇଥିଲେ ଜିଲ୍ଲା ଉପଖଣ୍ଡ ପଂଚାୟତ ଅଧିକାରୀ ମନୋରଂଜନ ମହାନ୍ତି ଏହି ଆର୍ଥି ଅନିୟମିୟତାର ସଠିକ୍ ରୁପେ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଗ୍ରମବାସୀ ଓ ୱାର୍ଡ ସଭ୍ୟମାନେ ଦାବି କରିଛନ୍ତି ।