ବଜାରରେ ଅଭିନବ ଉପାୟରେ ଭିକ୍ଷାବୃତ୍ତି କରୁଥିବା ମହିଳା ବିୟୁଟି ପାର୍ଲରରେ ପହଞ୍ଚି କେଶସଜ୍ଜା ଓ ଫେସ୍ ୱାସ୍ କରିବାପାଇଁ ବିୟୁଟି ପାର୍ଲର ମାଲିକଙ୍କୁ ନିବେଦନ କଲେ
ସାଲେପୁର,: ହିନ୍ଦୁ ପ୍ରଥା ଅନୁଯାୟୀ ଯଦି ଗୃହପାଳିତ ଗୋରୁଗାଈ ଅକାଳରେ ବେକରେ ଦଉଡ଼ି ଥାଇ ମୃତୁ୍ୟବରଣ କରନ୍ତି, ଗୃହକର୍ତ୍ତା ବେକରେ ପାଳଦଉଡ଼ି ପକାଇ ଭିକ୍ଷାବୃତ୍ତି କରି ଯେଉଁ ଅର୍ଥ ଭିକ୍ଷାରେ ସଂଗ୍ରହ କରିଥାନ୍ତି, ଉକ୍ତ ଅର୍ଥରେ ଶୁଦ୍ଧିକ୍ରିୟା କରିଥାନ୍ତି ।
କିନ୍ତୁ ଏବେ କେତେକ ବ୍ୟକ୍ତି ଏହି ପ୍ରଥାର ଫାଇଦା ଉଠାଇବା ସହ ବେକରେ ପାଳ ଦଉଡ଼ି ପକାଇ ଓ କେହି କେହି ପାଟିରେ କୁଟା କାମୁଡ଼ି ଭିକ୍ଷା ମାଗୁଛନ୍ତି । ଏହାର ଏକ ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ସାଲେପୁର ବଜାରରେ ।
ଜଣେ ମହିଳା ବେକରେ ପାଳ ଦଉଡ଼ି ପକାଇ ସାଲେପୁର ବଜାରର ବିଭିନ୍ନ ଦୋକାନ ବୁଲି ଭିକ୍ଷା ମାଗିଥିଲେ । ଶେଷରେ ଏକ ମହିଳା ବିୟୁଟି ପାର୍ଲରରେ ପହଞ୍ଚô ଭିକ୍ଷା ନମାଗି ନିଜର କେଶ ଶଜ୍ଜା କରିବା ଓ ଫେସ୍ ୱାସ୍ କରିବାପାଇଁ ପାର୍ଲର ମାଲିକଙ୍କୁ ଠାରରେ ନିବେଦନ କରିଥିଲେ । ଏହି ଘଟଣା ଏବେ ସାଲେପୁର ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି ।