Odisha news

ହାଟଡ଼ିହି  : କ୍ଷୁଦ୍ରଶଶ୍ୟ ଚାଷର ପ୍ରଚାର ଓ ପ୍ରସାର ନିମନ୍ତେ ରଥ ପରିକ୍ରମା

0

ହାଟଡ଼ିହି  : ଓଡିଶା କ୍ଷୁଦ୍ରଶଶ୍ୟ ମିଶନ ଆନୁକୁଲ୍ୟରେ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥôକ ଅନୁଦାନରେ କ୍ଷୁଦ୍ରଶଶ୍ୟ ଚାଷର ପ୍ରଚାର ଓ ପ୍ରସାର ପାଇଁ ଭ୍ରାମ୍ୟମାଣ୍ୟ ରଥ ହାଟଡିହି ବ୍ଲକର ଖଣିଜ ପ୍ରତିଷ୍ଠାନ ଅଞ୍ଚଳ ପରିକ୍ରମା କରୁଅଛି । କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ତଦାଶା’ ର ସଂଯୋଜନାରେ ରଥ ପରିକ୍ରମା କରୁଛି । ଏହି ଭ୍ରାମ୍ୟମାଣ୍ୟ ରଥକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶରତ ଚନ୍ଦ୍ର ସାହୁ, ପତାକା ହଲାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ହାଟଡିହି ବ୍ଲକର କୃଷି ଅଧିକାରୀ ରାମଚନ୍ଦ୍ର ଦାଶ, ସହକାରୀ କୃଷି ଅଧିକାରୀ ସୁମିତ କୁମାର ସେଠୀ ପ୍ରମୁଖ ହାଟଡିହି କୃଷି ବିଭାଗର କାର୍ଯ୍ୟାଳୟ ଠାରେ ରଥର ଉପଯୋଗୀତା ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ । ତଦାଶାର ଜନସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ଚକ୍ର କ୍ଷୁଦ୍ରଶଶ୍ୟ ମିଶନର ହାଟଡିହି ବ୍ଲକ ସଂଯୋଜକ ଉଦୟ କୁମାର ନାୟକ, ବିଜୟ କୁମାର ନାୟକ, ଗୋଷ୍ଠୀ ସମୃଦ୍ଧି କର୍ମୀମାନେ ହାଟଡିହି ବ୍ଲକର ୧୧ଟି ଗ୍ରାମପଞ୍ଚାୟତର ୬୪ଟି ଗ୍ରାମ ରଥରେ ପରିକ୍ରମା କରି କ୍ଷୁଦ୍ରଶଶ୍ୟ ଚାଷର ଉପଯୋଗୀତା ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଦ୍ୱାରା ଚାଷୀମାନେ ଯେପରି ଅଧିକରୁ ଅଧିକ ଉପକୃତ ହୋଇ ଜୀବନ ଜୀବିକା ନିର୍ବାହ କରିପାରିବେ ତାହା ଉପରେ ଗୁରୁତ୍ୱ ଦେଇଥିଲେ ।

Leave A Reply