Odisha news

ରଞ୍ଜନ ଦଳେଇ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ

0
ବୁଗୁଡ଼ା  ଦୁଇ ମାସ ତଳେ ବୁଗୁଡ଼ା ନିକଟ କୁବରେଶ୍ବର ମନ୍ଦିର ପାଖରେ ଘଟିଥିବା ରଞ୍ଜନ ଦଳେଇ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଆଜି ପୋଲିସ କାବୁ କରି ଗିରଫ କରିବାରେ ସଫଳ ହୋଇଛି। ମୁଖ୍ୟ ଅଭିଯୁକ୍ତ ମୁନ୍ନା ଓରଫ୍ ଅର୍ଜୁନ କରର ଘର ବୁଗୁଡ଼ା ନିକଟ ଜଗତପାଟଣା ହୋଇଥିବା ବେଳେ ରଞ୍ଜନ ଦଳେଇଙ୍କ ଘର ନୟାଗଡ଼ ଜିଲ୍ଲା ଫତେପୁର ଥାନା ଅନ୍ତର୍ଗତ ମଣିପୁର ଢେପ ସାହିରେ। ଗତ ଏପ୍ରିଲ ୪ ତାରିଖ ବଡ଼ିଭୋର ସମୟରେ  ଯୋଜନାବଦ୍ଧ ଭାବରେ ମୁନ୍ନା ଓ ତାର ଦୁଇ ସହଯୋଗୀ ଭଗିଆ ଓ ଧନୁ ମିଶି ରଞ୍ଜନକୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
ଦୁଇ ସହଯୋଗୀ ଭଗିଆ ଓରଫ୍ ଭଗବାନ ସାହୁ ଓ ଧନୁ ସାହୁ ଉଭୟଙ୍କ ଘର ଅରବିନ୍ଦ ନଗର ବୁଗୁଡ଼ା ବୋଲି ପୋଲିସ କହିଛି। ଏପ୍ରିଲ ୮ ତାରିଖରେ ମୃତ ରଞ୍ଜନର ମାଆ ମାଲୁଣୀ ଦଳେଇ ବୁଗୁଡ଼ା ଥାନାରେ ଲିଖିତ ଏତଲା ଦେଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଭଗିଆ ଓ ଧନୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ମଧ୍ୟ ଆସାମୀ ମୁନ୍ନା ପୋଲିସକୁ ଚକ୍କମା ଦେଇଆସୁଥିଲା।
ଆଜି ଭୋରରୁ ପୋଲିସ ଚଢାଉ କରି ମୁନ୍ନା କୁ ଧରିବାରେ ସକ୍ଷମ ହେବା ସହ ତାଠାରୁ ଏକ ବାଇକ, ହତ୍ୟାକାଣ୍ଡରେ ବ୍ୟବହୃତ ଦେଶୀ ହାତ ତିଆରି ପିସ୍ତଲ ଜବତ କରିଥିଲେ। ମୁନ୍ନା ବ୍ରାଉନ ସୁଗର, ଡକାୟତି ଓ କେତେକ ହତ୍ୟାକାଣ୍ଡ ସହ ସମ୍ପୃକ୍ତ ଥିବା ଓ ତା ନାଁରେ ବିଭିନ୍ନ ପୋଲିସ ଥାନାରେ ମାମଲା ଥିବା ପୋଲିସ କହିଛି ମୁନ୍ନା କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା।
Nalco
Leave A Reply