ରିୟା ଫେମସ୍ ବଙ୍ଗାଳୀ ଅଭିନେତ୍ରୀ ମୁନମୁନ ସେନ୍ଙ୍କ ଝିଅ । ବଲିଉଡ୍ ସହିତ ରିୟା ବଙ୍ଗାଳୀ, ତେଲୁଗୁ, ତାମିଲ, ମାଲାୟଲମ୍ ଓ ଇଂଲିଶ୍ ଫିଲ୍ମରେ ବି କାମ କରିଛନ୍ତି । ହେଲେ ଧୀରେ ଧୀରେ ସେ ଫିଲ୍ମରେ କମ୍ ନଜର ଆସିଲେ । କମର୍ସିିଆଲ୍ ସକ୍ସେସ୍ ସହିତ ତାଙ୍କୁ ବୋଲï ଟ୍ୟାଗ୍ ମିଳିଥିଲା । ରିୟା ଏବେ ଏମ୍ଏକ୍ସ ପ୍ଲେୟାରରେ ‘ପତି ପନିୀ ଔର୍ ୱ’ରେ ନଜର ଆସୁଛନ୍ତି । ସେ ଏକ ଇଣ୍ଟରଭୁ୍ୟରେ କହିଥିଲେ, ଅନେକ ହିଟ୍ ଫିଲ୍ମ ପରେ ବି ଏପରି କିଛି ଫିଲ୍ମ କରିଛି ଯେଉଁଥିରେ ମୁଁ କମ୍ଫଟେବଲ୍ ନ ଥିଲି । ସେଥିପାଇଁ ବୋଧେ ଲୋକେ ଭାବିଲେ ମଁ ଅଭିନେତ୍ରୀ ନୁହେଁ । ଏଥିପାଇଁ ମୁଁ କାହାକୁ ଦୋଷ ଦେଉନାହିଁ । ସେକ୍ସି ଓ ବୋଲï ଭଳି ଟ୍ୟାଗ୍ ଯୋଗୁ ବହୁତ ଖରାପ ଲାଗେ । ମୁଁ ଏହି ଟ୍ୟାଗ୍ ସହିତ ଆଗକୁ ବଢ଼ିଛି । ସବୁବେଳେ ପରଫେକଫ ଦେଖାଯିବାର ପ୍ରେସର୍ ଥିଲା ।’ ଏହାପରେ ବଲିଉଡ୍ର ଷ୍ଟିରିଓଟାଇପ୍ ହିରୋଇନ୍ଙ୍କ ଚରିତ୍ର ଭଲ ଲାଗିଲା ନାହିଁ । ‘ଅପନା ସପନା ମନି ମନି’, ‘ଶାଦି ନମ୍ବର ୱାନ୍’ ଭଳି ଫିଲ୍ମ ପରେ ଗ୍ଲାମର୍ ଦେଖାଯିବା ଭଳି କଥା ଏତେ ବଢ଼ିଗଲା ଯାହାକୁ ହ୍ୟାଣ୍ଡେଲ୍ କରିବା ତାଙ୍କ ପାଇଁ କଷ୍ଟସାଧ୍ୟ ହୋଇଥିଲା । ବହୁତ ଭାବିଚିନ୍ତି ବଲିଉଡ୍ ଛାଡ଼ିବା ନିଷ୍ପତ୍ତି ନେଇଥିଲେ । ପରେ ସେ ବଙ୍ଗଳା ସିନେମାରେ କ।ମ କଲେ ।