Odisha news

ପୃଥିବୀରେ ସାତଟି ନୁହେଁ, ଆଠଟି ମହାଦେଶ

0

ପୃଥିବୀରେ ସାତଟି ମହାଦେଶ ନୁହେଁ, ଅଛି ଆଠଟି । ଅଷ୍ଟମ ମହାଦେଶର ନାଁ ‘ଜିଲାଣ୍ଡିଆ’ । ଏ ଅଷ୍ଟମ ମହାଦେଶ ସମୁଦ୍ରରେ ସମାଧି ନେଇଛି । ଏହା ଅଷ୍ଟ୍ରେଲିଆର ଦକ୍ଷିଣପୂର୍ବବର୍ତ୍ତୀ ନୁ୍ୟଜିଲାଣ୍ଡର ଉପରେ ଅର୍ଥାତ୍‌ ଉତ୍ତର ଦିଗରେ ଅଛି । ବୈଜ୍ଞାନିକମାନେ ଏହାର ନୂଆ ନକ୍ସା ମଧ୍ୟ ତିଆରି କରିଛନ୍ତି ଯେଉଁଥିରୁ ଜଣାପଡୁଛି ଏହା ୫୦ ଲକ୍ଷ ବର୍ଗ କିମି ପରିବ୍ୟାପ୍ତ । ଏହା ଭାରତର କ୍ଷେତ୍ରଫଳ ଠାରୁ ୧୭ ଲକ୍ଷ ବର୍ଗ କିଲୋମିଟର ବଡ଼ । ବୈଜ୍ଞାନିକମାନେ କହିଛନ୍ତି ଜିଲାଣ୍ଡିଆ ୨.୩୦ କୋଟି ବର୍ଷ ପୂର୍ବେ ସମୁଦ୍ରରେ ବୁଡ଼ି ଯାଇଥିଲା । ମାତ୍ର ତିନିବର୍ଷ ହେଲା ଏହା ବିଷୟରେ ସନ୍ଧାନ ମିଳିଛି । ସେବେଠୁ ବୈଜ୍ଞାନିକମାନେ ଏହା ଉପରେ କ୍ରମାଗତ ଗବେଷଣା କରି ଆସୁଛନ୍ତି। ନୂଆ ନକ୍ସାରୁ ଏହା ସହ ଜଡ଼ିତ ଭୂକମ୍ପୀୟ ଓ ସାମୁଦ୍ରିକ ଗତିବିଧି ସମ୍ପର୍କରେ ସୂଚନା ମିଳିବ । ୧୯୯୫ରେ ଅଷ୍ଟମ ମହାଦ୍ୱୀପର ପରିକଳ୍ପନା ଆସିଥିଲା । ସନ୍ଧାନ କରୁ କରୁ ୨୦୧୭ରେ ଠାବ ହେଲା ।ପ୍ରଶାନ୍ତ ମହାସାଗର ଭିତରେ ୩୮୦୦ ଫୁଟ୍‌ ଗଭୀରରେ ଅଛି ।

Leave A Reply

Your email address will not be published.