Odisha news

ବିନା ମାଲିକର ସାହାଯ୍ୟରେ ଶଗଡ଼ଗାଡ଼ି ଟାଣୁଥିବା ଭିଡିଓ ଭାଇରଲ

0

ଶଗଡ଼ଗାଡ଼ି ଟାଣୁଥିବା ଏକ ବଳଦ ଇଣ୍ଟରନେଟ୍‌ ସେନ୍ସେସନ୍‌ ହୋଇଛି । ପୂର୍ବ ଦିଲ୍ଲୀର ବିଜେପି
ସାଂସଦ ପ୍ରବେଶ ସାହିବ ସିଂହ ଟ୍ୱିଟର୍‌ ଆକାଉଣ୍ଟରେ ଏହି ଭିଡିଓ ସେୟାର କରି କ୍ୟାପ୍‌ସନ୍‌ ଲେଖିଛନ୍ତି, ମନ୍ତ୍ରମୁU । ଏହି ଭିଡିଓରେ ବଳଦ ନିଜେ ଚାରା ଲଦା ହୋଇଥିବା ଏକ ଶଗଡ଼ଗାଡ଼ି ପାଖକୁ ଆସୁଥିବା ଦେଖାଯାଇଛି । ଶିଙ୍ଗ ସାହାଯ୍ୟରେ ଗାଡ଼ିର ଅଗ୍ରଭାଗକୁ ପାଖକୁ ନିଜ କାନ୍ଧ ଉପରେ ରଖୁଛି । ମାଲିକର ବିନା ସାହାଯ୍ୟରେ ଗାଡ଼ି ଟାଣୁଛି । ଏହି ଭିଡିଓକୁ ୧ ଲକ୍ଷରୁ ଅଧିକ ଭୁ୍ୟ ମିଳିଥିବା ବେଳେ ୫୦୦୦ ରିଟ୍ୱିଟ୍‌ କରାଯାଇଛି । କେହି କେହି କମେଣ୍ଟ୍‌ କରି କହିଛନ୍ତି, ‘ଆତ୍ମନିର୍ଭର ବଳଦ’। ଅନ୍ୟ ଜଣେ ଲେଖିଛନ୍ତି, ପଶୁଙ୍କୁ ବି ନିଜ ଦାୟିତ୍ୱର ଅନୁଭବ ଅଛି ।

Leave A Reply